ସ୍ପେଶାଲ ବେଞ୍ଚକୁ ଯିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

Arvind Kejriwal Arrest Update: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ୨୧ ମାର୍ଚ୍ଚ ୨୦୨୪ରେ ଗିରଫ କରିଛି । ଯାହା ପରେ କେଜ୍ରିୱାଲଙ୍କ ଲିଗାଲ ଟିମ୍ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲା, ଆଜି ଏହି ଆବେଦନର ଶୁଣାଣି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଖଣ୍ତପୀଠ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସ୍ୱତାନ୍ତ୍ର ଖଣ୍ତପୀଠକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Arvind Kejriwal

ସୂଚନାଥାଉ ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଇଡି ଗିରଫ କରିବା ପରେ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି ତାଙ୍କ ତରଫରୁ କୋର୍ଟରେ ହାଜର ହୋଇଥିଲେ । ଯାହା ଶୁଣାଣି କରି ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ତପୀଠ ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ସ୍ପେଶାଲ ବେଞ୍ଚକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି କହିଛନ୍ତି ଜଷ୍ଟିସ ସଞ୍ଜୀୟ ଖାନ୍ନାଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଖଣ୍ତପୀଠ କେଜ୍ରିୱାଲଙ୍କ ମାମଲାର ଶୁଣାଣି କରିବେ । ଅନ୍ୟପକ୍ଷରୁ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରିବ ଇଡି । ଯେଉଁଠି ତାଙ୍କୁ ୧୦ ଦିନ ରିମାଣ୍ତରେ ନେଇ ପଚରଉଚରା ପାଇଁ ଦାବି ରଖିବ ଇଡି ଯେଉଁଥି ପାଇଁ ଇଡି ଆବଶ୍ୟକ ଦଲିଲ ମଧ୍ୟ ପ୍ରସ୍ତୁତ କରିଥିବା ନେଇ ସୂଚନା ରହିଛି ।

ସୂଚନାଥାଉ ଯେ, ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଗୁରୁବାର ରାତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଗିରଫ କରିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଗିରଫ ପରେ AAP ନେତା ଓ କର୍ମୀମାନେ ନିରନ୍ତର ବିରୋଧ ପ୍ରଦର୍ଶନ କରୁଥିବାର ଦେଖିବା ପାଇଁ ମିଳୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+