Get Updates
Get notified of breaking news, exclusive insights, and must-see stories!

ଆରମ୍ଭ ହେଲା ‘ଅକ୍ସିଜେନ୍ କନସେନଟ୍ରେଟର୍ ବ୍ୟାଙ୍କ୍’ : ହୋମ ଡେଲିଭରି ହେବ ଅକ୍ସିଜେନ୍

ରାଜ୍ୟବାସୀଙ୍କ ପାଇଁ ଅକ୍ସିଜେନ୍ ଏବଂ ବେଡ୍ ର ଅଭାବକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ପ୍ରଥମ ଅକ୍ସିଜେନ୍ କନସେନଟ୍ରେଟର୍ ବ୍ୟାଙ୍କ୍ ଆରମ୍ଭ ହୋଇଛି

ନୂଆଦିଲ୍ଲୀ: ଦିଲ୍ଲୀରେ ସଂକ୍ରମଣ ବଢ଼ୁଥିବା ବେଳେ ଅକ୍ସିଜେନ୍ ଅଭାବରେ ଅନେକ ଲୋକଙ୍କ ଜୀବନ ଯାଉଛି। ଏହାକୁ ଦୃଷ୍ଟିରେ ରଖି କେଜ୍ରିୱାଲ୍ ସରକାର ଏକ ନୂଆ ପ୍ଲାନ୍ କରିଛନ୍ତି । ରାଜ୍ୟବାସୀଙ୍କ ପାଇଁ ଅକ୍ସିଜେନ୍ ଏବଂ ବେଡ୍ ର ଅଭାବକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ପ୍ରଥମ ଅକ୍ସିଜେନ୍ କନସେନଟ୍ରେଟର୍ ବ୍ୟାଙ୍କ୍ ଆରମ୍ଭ ହୋଇଛି। ଏହା ଦ୍ୱାରା ଅକ୍ସିଜେନ୍ ଲୋକମାନଙ୍କ ଘରକୁ ହୋମ୍ ଡେଲିଭରି ହୋଇପାରିବ । ଫଳରେ କୌଣସି ବ୍ୟକ୍ତି ଅକ୍ସିଜେନ୍ ଅଭାବରେ ପ୍ରାଣ ହରାଇବେ ନାହିଁ। ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଘୋଷଣା କରିଛନ୍ତି ।

ଅକ୍ସିଜେନ୍ ସିଲିଣ୍ଡର
ଦିଲ୍ଲୀର ପ୍ରତ୍ୟେକ ଜିଲ୍ଲାରେ 200 ଅକ୍ସିଜେନ୍ କନସେନଟ୍ରେଟର ବ୍ୟାଙ୍କ ଗଠନ କରାଯିବ । ଯେଉଁମାନେ ଘରଠାରୁ ଦୂରରେ ରହୁଛନ୍ତି ସେମାନଙ୍କୁ ସେ ଉପଯୁକ୍ତ ମାତ୍ରାରେ ଅକ୍ସିଜେନ୍ ଯୋଗାଇ ଦେବେ । ଅନ୍ୟପଟେ ଯେଉଁମାନେ ଘରେ ହୋମ୍ ଆଇସୋଲେସନ୍ ରେ ରହୁଛନ୍ତି ସେମାନଙ୍କୁ ଯେତେବେଳେ ଡାକ୍ତର ଅକ୍ସିଜେନ୍ ନେବାକୁ ପରାମର୍ଶ ଦେବେ ଠିକ୍ ସେହି ସମୟରେ ଆମ ଟିମ୍ ଦୁଇ ଘଣ୍ଟା ମଧ୍ୟରେ ଉକ୍ତ ଆକ୍ରାନ୍ତଙ୍କ ଘରେ ଅକ୍ସିଜେନ୍ ପହଞ୍ଚାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରୋଗୀ ଓ ସେମାନଙ୍କ ପରିବାରବର୍ଗଙ୍କୁ 'ଅକ୍ସିଜେନ୍ କନ୍ସେଣ୍ଟ୍ରେଟର୍' ବ୍ୟବହାର ବିଧି ବତାଇ ଦେବାକୁ ପ୍ରତି ଟିମରୁ ଜଣେ ବ୍ୟକ୍ତି ରହିବେ।
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+