କେଜ୍ରିୱାଲଙ୍କ ଦାବି ହେବ କି ପୂରଣ? ଦିଲ୍ଲୀ ନିର୍ବାଚନକୁ ନେଇ ଇସିଆଇ କହିଲେ....

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଦିଲ୍ଲୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲାଗି ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ରବିବାର (ସେପ୍ଟମ୍ବର ୧୫) ଏକ ରାଜନୈତିକ ଗୋଟି ଚାଳନା କରିଛନ୍ତି । ସେ ଆଜି କହିଛନ୍ତି ଯେ ସେ ଦୁଇ ଦିନ ମଧ୍ୟରେ ସିଏମ ପଦରୁ ଇସ୍ତଫା ଦେବେ। ଏହି ସମୟରେ ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ସହିତ ନଭେମ୍ବରରେ ଦିଲ୍ଲୀ ବିଧାନସଭା ନିର୍ବାଚନ ମଧ୍ୟ କରାଯାଉ ବୋଲି କେଜ୍ରିୱାଲ ଦାବି କରିଛନ୍ତି। ତେବେ ନିର୍ବାଚନ ଆୟୋଗ ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି।

ସୂଚନାନୁସାରେ, ନିର୍ବାଚନ ଆୟୋଗ କହିଛନ୍ତି ଯେ ବର୍ତ୍ତମାନ ସମୟ ପୂର୍ବରୁ ଦିଲ୍ଲୀରେ ନିର୍ବାଚନ ହେବାର ସମ୍ଭାବନା ନାହିଁ। କାରଣ, ଏତେ କମ୍ ସମୟ ମଧ୍ୟରେ ଶୀଘ୍ର ବିଧାନସଭା ନିର୍ବାଚନ କରିବା ସମ୍ଭବ ନୁହେଁ। ତିହାର ଜେଲରୁ ଜାମିନରେ ଆସିବା ପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ଅଭିଭାଷଣରେ କହିଛନ୍ତି, 'ଯଦି ଆପଣ ଭାବୁଛନ୍ତି ମୁଁ ସଚ୍ଚୋଟ,

ତେବେ ବହୁ ସଂଖ୍ୟାରେ ମୋତେ ଭୋଟ୍ ଦିଅନ୍ତୁ। ବର୍ତ୍ତମାନ ମୁଁ ନିର୍ବାଚିତ ହେବା ପରେ ହିଁ ମୁଖ୍ୟମନ୍ତ୍ରୀ ଆସନରେ ବସିବି। ଫେବୃଆରୀରେ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ଆୟୋଗକୁ ଏକ ଦାବି କରି କେଜ୍ରିୱାଲ କହିଛନ୍ତି ଯେ ନଭେମ୍ବରରେ ମହାରାଷ୍ଟ୍ର ନିର୍ବାଚନ ସହିତ ଦିଲ୍ଲୀରେ ନିର୍ବାଚନ ହେବା ଉଚିତ ।

eci

ଅନ୍ୟପଟେ ସେ କହଇଛନ୍ତି ଆସନ୍ତା ୨-୩ ଦିନ ମଧ୍ୟରେ ବିଧାୟକଙ୍କ ଏକ ବୈଠକ ହେବ, ଯେଉଁଥିରେ ପରବର୍ତ୍ତୀ ସିଏମ୍ ନିଷ୍ପତ୍ତି ନିଆଯିବ। ବାସ୍ତବରେ, ନିର୍ବାଚନ ଆୟୋଗ ମହାରାଷ୍ଟ୍ର ଏବଂ ଷ ।ଡଖଣ୍ଡରେ ନିର୍ବାଚନ ତାରିଖ ଘୋଷଣା କରିନାହାଁନ୍ତି, କିନ୍ତୁ ହରିୟାଣା ପୂର୍ବରୁ ଘୋଷଣା ହୋଇସାରିଛି।

ଜେଲରୁ ମୁକୁଳିବାର ୨ ଦିନ ପରେ ଆମ୍ ଆଦମୀ ପାର୍ଟି କାର୍ଯ୍ୟାଳୟରେ ଏକ ଅଭିଭାଷଣରେ ଅରବିନ୍ଦ କେଜ୍ରିୱାଲ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ମୁଁ ଆଜିଠାରୁ ଦୁଇ ଦିନ ପରେ ଇସ୍ତଫା ଦେବାକୁ ଯାଉଛି। କେଜ୍ରିୱାଲ କହିଛନ୍ତି ଯେ ମୁଁ ସିଏମ ଚେୟାରରୁ ଇସ୍ତଫା ଦେବାକୁ ଯାଉଛି ଏବଂ ଜନସାଧାରଣ ଏହାର ନିଷ୍ପତ୍ତି ନଦେବା ପର୍ଯ୍ୟନ୍ତ ମୁଁ ସିଏମ ଚେୟାରରେ ବସିବି ନାହିଁ। ମୁଁ ପ୍ରତ୍ୟେକ ଘର ଏବଂ ଗଳିକନ୍ଦିକୁ ଯିବି ଏବଂ ଜନସାଧାରଣଙ୍କ ନିଷ୍ପତ୍ତି ନ ପାଇବା ପର୍ଯ୍ୟନ୍ତ ମୁଁ ମୁଖ୍ୟମନ୍ତ୍ରୀ ଆସନରେ ବସିବି ନାହିଁ।'

ସେ ଆହୁରି ମଧ୍ୟ କହିଛନ୍ତି, ମୋତେ ସର୍ବଦା ଆଶୀର୍ବାଦ ଦେଇଥିବାରୁ ମୁଁ ଭଗବାନଙ୍କୁ ଧନ୍ୟବାଦ ଦେଉଛି। ଆମେ ସମସ୍ତ ସମସ୍ୟାର ସମାଧାନ କରୁଛୁ। ଆମେ ବଡ଼ ଶତ୍ରୁମାନଙ୍କ ସହ ଲଢୁଛୁ ଏବଂ ସଫଳ ବି ହେଉଛୁ। ଆମେ କେବଳ ଏକ ଛୋଟ ଦଳ। ମୁଁ ଭଗବାନଙ୍କୁ ଧନ୍ୟବାଦ ଦେଉଛି ଯେ, ସେମାନଙ୍କର ଷଡ଼ଯନ୍ତ୍ର ମୋ' ପଥର ପରି ଆତ୍ମାକୁ ଭାଙ୍ଗି ପାରିବ ନାହିଁ, ମୁଁ ଦେଶ ପାଇଁ ସଂଗ୍ରାମ ଜାରି ରଖିବି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+