ଭୂକମ୍ପରେ ଥରିଲା ଅରୁଣାଚଳ ପ୍ରଦେଶ, ନାହିଁ କ୍ଷୟକ୍ଷତିର ସୂଚନା
ଅରୁଣାଚଳ ପ୍ରଦେଶରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ଗୁରୁବାର ସକାଳେ ରାଜ୍ୟର ପୂର୍ବ କାମେଙ୍ଗ ଜିଲ୍ଲାରେ ରିକ୍ଟର ସ୍କେଲରେ ୩.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା।

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ୨୭.୭୭° ଉତ୍ତର ଅକ୍ଷାଂଶ ଏବଂ ୯୩.୧୨° ପୂର୍ବ ଦ୍ରାଘିମାରେ ଥିଲା। ଯାହାର ଗଭୀରତା ଭୂମିଠାରୁ ୧୦ କିଲୋମିଟର ତଳେ ଥିଲା। ଭୂମିକମ୍ପର ତୀବ୍ରତା କମ୍ ଥିଲା, କିନ୍ତୁ କିଛି ଅଞ୍ଚଳରେ ଏହାର ଝଟକା ଅନୁଭୂତ ହୋଇଥିଲା। ତେବେ ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ ।ଏହା ପୂର୍ବରୁ ବୁଧବାର ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପର ତୀବ୍ରତା ୫.୬ ଥିଲା।












Click it and Unblock the Notifications