ଅରୁଣାଚଳ ପ୍ରଦେଶ ଭାରତ ଥିଲା ଏବଂ ଆଗକୁ ରହିବ, ଚାଇନକୁ କଡା ଜବାବ ଦେଲା ଭାରତ
ଅରୁଣାଚଳ ପ୍ରଦେଶ ଭାରତର । ଏହା ଦେଶରେ ଥିଲା ଏବଂ ଆଗକୁ ରହିବ । ଭାରତର ଏହା ଅଭିଚ୍ଛେଦ୍ୟ ଅଙ୍ଗ ବୋଲି କହିଛି ଭାରତ । ଏହାସହ ଚୀନର ଦାବିକୁ ସମ୍ପର୍ଣ୍ଣ ଭାବେ ଖଣ୍ଡନ କରାଯାଇଛି । ଚୀନର ବୟାନ ପରେ କିଛି ଏପରି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସରକାର ।
ରିପୋର୍ଟ ଅନୁସାରେ, ଅରୁଣାଚଳ ପ୍ରଦେଶର ଜଣେ ମହିଳାଙ୍କୁ ସାଂଘାଇର ପୁଡୋଙ୍ଗ ଏୟାରପୋର୍ଟରେ ଅଟକ ରଖାଯାଇଥିଲା। ଏହି ସମୟରେ ଚୀନର ଇମିଗ୍ରେସନ ଅଧିକାରୀମାନେ ତାଙ୍କ ପାସପୋର୍ଟକୁ ଅବୈଧ କହିବା ସହିତ ତାଙ୍କୁ ହଇରାଣ ହରକତ କରିଥିଲେ। ଅରୁଣାଚଳ ପ୍ରଦେଶ ଚୀନର ଅଂଶ, ତୁମେ ଚୀନ ପାସପୋର୍ଟ ଆବେଦନ କର ବୋଲି କହି ଉପହାସ କରିଥିଲେ ଚୀନ ଇମିଗ୍ରେସନ ଅଧିକାରୀ।

ଦୀର୍ଘ ୧୮ ଘଣ୍ଟା ଧରି ସେ ସମସ୍ୟାରେ ସମ୍ମୁଖୀନ ହୋଇଥିଲେ ପେମା। ଏହାପରେ ଚୀନରେ ଥିବା ଭାରତୀୟ ଦୂତାବାସଙ୍କ ହସ୍ତକ୍ଷେପ ପରେ ତାଙ୍କୁ ସୁରକ୍ଷିତ ଭାବେ ସେଠାରୁ ପଠାଯାଇଥିଲା। ଘଟଣାରେ ଭାରତ ସରକାରଙ୍କ ପକ୍ଷରୁ ଚୀନ ନିକଟରେ ଦୃଢ଼ ବିରୋଧ କରାଯାଇଥିଲା। ଏହାର ଉତ୍ତରରେ ଚୀନ ବୈଦେଶିକ ମନ୍ତ୍ରୀଣାଳୟ ପ୍ରବକ୍ତା ମାଓ ନିଙ୍ଗ ହାରାସମେଣ୍ଟ ଅଭିଯୋଗକୁ ଖଣ୍ଡନ କରିବା ସହିତ ଥୋଙ୍ଗଡକଙ୍କୁ କୌଣସି ବାଧ୍ୟତାମୂଳକ ପଦକ୍ଷେପ, ଅଟକ କିମ୍ବା ହଇରାଣର ଶିକାର ହୋଇନଥିଲେ ବୋଲି କହିଥିଲେ । ଅଧିକାରୀମାନେ ଆଇନ ଅନୁସାରେ କାମ କରିଥିଲେ। ଏୟାରଲାଇନ୍ସ ପକ୍ଷରୁ ତାଙ୍କୁ ବିଶ୍ରାମ ସ୍ଥାନ ଦିଆଯିବା ସହିତ ଖାଦ୍ୟ ଓ ପାଣି ଯୋଗାଇ ଦିଆଯାଇଥିଲା ବୋଲି ସେ ପ୍ରକାଶ କରିଥିଲେ।
କେବଳ ଏତିକି ନୁହେଁ ଏଥିସହିତ ମାଓ ଏହି ବାହାନାରେ ଚୀନର ଆଞ୍ଚଳିକ ଦାବିକୁ ମଧ୍ୟ ଦୋହରାଇ କହିଥିଲେ, "ଜାଙ୍ଗନାନ ହେଉଛି ଚୀନର ଅଞ୍ଚଳ। ଭାରତ ଦ୍ୱାରା ବେଆଇନ ଭାବରେ ପ୍ରତିଷ୍ଠିତ ତଥାକଥିତ ଅରୁଣାଚଳ ପ୍ରଦେଶକୁ ଚୀନ କେବେ ସ୍ୱୀକାର କରରେ ନାହିଁ । ତେବେ ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧିର ଜୟଶ୍ୱାଲ କହିଛନ୍ତି ଯେ, ଅରୁଣାଞ୍ଚଳ ଭାରତର ଅଙ୍ଗ । ଏହା ସତ୍ୟ ଅଟେ । ଚାଇନାର ଦାବିକୁ ଜୋରଦାର ବିରୋଧ କରାଯିବ । ଚାଇନା ଅନ୍ତର୍ଜାତୀୟ ପ୍ରୋଟୋକଲକୁ ଉଲ୍ଲଙ୍ଘନ କରିଛି । ନିଜ ନିୟମକୁ ମଧ୍ୟ ଡ୍ରାଗନ୍ ଖିଲାପ କରିଛି । କାରଣ ସେଠାରେ କୌଣସି ଦେଶର ନାଗରିକଙ୍କୁ ଭିସା ପାଇଁ ୨୪ ଘଣ୍ଟାର ସମୟ ଦିଆଯାଏ । ହେଲେ ଭାରତୀୟ ମହିଳାଙ୍କୁ ଏହି ନିୟମରୁ ବାଦ୍ ଦିଆଯାଇଥିବା ରଣଧିର କହିଛନ୍ତି ।












Click it and Unblock the Notifications