ଅରୁଣାଞ୍ଚଳ ପ୍ରଦେଶରେ ଉଦଘାଟନ ହେଲା ପ୍ରଥମ ବିମାନ ବନ୍ଦର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅରୁଣାଞ୍ଚଳ ପ୍ରଦେଶରେ ଇଟାନଗରରେ ଗ୍ରିନଫିଲ୍ଡ ବିମାନବନ୍ଦରର ଉଦଘାଟନ କରିଛନ୍ତି ଏହି ବିମାନ ବନ୍ଦର କାର୍ଯ୍ୟକ୍ଷମ ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନକୁ ଯୋଗାଯୋଗ ,ବାଣିଜ୍ୟ ଏବଂ ପର୍ଯ୍ୟଟନର ବିସ୍ତାରରେ ସହାୟତା ହେବ ।

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅରୁଣାଞ୍ଚଳ ପ୍ରଦେଶରେ ଇଟାନଗରରେ ଗ୍ରିନଫିଲ୍ଡ ବିମାନବନ୍ଦରର ଉଦଘାଟନ କରିଛନ୍ତି ଏହି ବିମାନ ବନ୍ଦର କାର୍ଯ୍ୟକ୍ଷମ ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନକୁ ଯୋଗାଯୋଗ ,ବାଣିଜ୍ୟ ଏବଂ ପର୍ଯ୍ୟଟନର ବିସ୍ତାରରେ ସହାୟତା ହେବ । ପୂର୍ବରୁ ଏହି ରାଜ୍ୟରେ କୌଣସି ବିମାନ ବନ୍ଦର ନଥିଲା । ଏଠିକାର ଲୋକଙ୍କୁ ଯାତ୍ରା କରିବା ପାଇଁ ହେଲେ ପ୍ରାୟ 80 କିଲୋମିଟର ଦୂର ଲିଲାବାଡି ଏୟାରପୋର୍ଟକୁ ଯିବାକୁ ପଡୁଥିଲା ।

modi

ବିମାନବନ୍ଦର ସହିତ ପ୍ରଧାନମନ୍ତ୍ରୀ ମୋଦି ଅରୁଣାଞ୍ଚଳ ପ୍ରଦେଶରେ 6ଶହ ମେଗାୱାଟ କାମେଙ୍ଗ ଜଳବିଦ୍ୟୁତ ପରିଯୋଜନା ସମର୍ପିତ କରିଛନ୍ତି । ଏହି ପ୍ରକଳ୍ପ ପଶ୍ଚିମ କାମେଙ୍ଗ ଜିଲ୍ଲାରେ 80 କିଲୋମିଟରରୁ ଅଧିକ ଅଞ୍ଚଳରେ 8450 କୋଟି ଟଙ୍କାରୁ ଅଧିକ ବ୍ୟୟ ଅଟକଳରେ ନିର୍ମାଣ କରାଯାଇଛି ।

ଏହି ନୂତନ ବିମାନବନ୍ଦରର ନାମ ଡୋନୀ ପୋଲେ । ଡୋନୀ ଶବ୍ଦର ଅର୍ଥ ସୂର୍ଯ୍ୟ ପୋଲେର ଅର୍ଥ ଚନ୍ଦ୍ରମା । କିଛି ଦିନ ଭିତରେ ଏଠାରୁ ହେଲିକପ୍ଟର ସେବା ମଧ୍ୟ ଆରମ୍ଭ ହେବ। ପ୍ରାୟ 20 ଲକ୍ଷ ଲୋକ ଏହି ବିମାନବନ୍ଦର ଦ୍ବାରା ଉପକୃତ ହେବେ । ଏହି ବିମାନବନ୍ଦରର ଶିଳାନ୍ୟାସ 2019 ମସିହାରେ ପ୍ରଧାନମନ୍ତ୍ରୀ ମୋଦି କରିଥିଲେ । ରନୱେର ଲମ୍ବ 2300 ମିଟର । ଏକାବେଳେ 2ଶହ ଯାତ୍ରୀ ଯାତ୍ରା କରି ପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+