ଅରୁଣାଞ୍ଚଳ ପ୍ରଦେଶରେ ଭୂକମ୍ପର ଝଟକା, ତୀବ୍ରତା ୩.୨
ଆଜି ସକାଳେ ଭାରତରେ ପୁଣି ଭୂକମ୍ପର ଝଟକା ଅନୁଭୂତ । ଭାରତର ଅରୁଣାଞ୍ଚଳ ପ୍ରଦେଶର ଉପର ସିଆଙ୍ଗ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ଯାହାର ତୀବ୍ରତା ୩.୨ ରହିଥିବା ଜଣାପଡିଛି । ସୂଚନାନୁଯାୟୀ, ଭୂକମ୍ପ ଆଜି ସକାଳ ୩:୧:୧୭ରେ ଅନୁଭୂତ ହୋଇଥିଲା ବୋଲି NSC ସୂଚନା ଦେଇଛନ୍ତି । ଏହାର କେନ୍ଦ୍ରସ୍ଥଳ ଅରୁଣାଞ୍ଚଳ ପ୍ରଦେଶର ସିଆଙ୍ଗରେ ଥିଲା । ଯାହାର ଗଭୀରତା ୧୦ କିଲୋମିଟରରେ ଥିଲା । ଭୂକମ୍ପର ଅକ୍ଷାଂଶ ୨୯.୬ ଏବଂ ଦ୍ରାଘିମା ୯୪.୪୫ରେ ଅନୁଭୂତ ହୋଇଥିଲା । କୌଣସି ମୃତାହତ କିମ୍ବା ସମ୍ପତ୍ତି କ୍ଷୟକ୍ଷତିର କୌଣସି ସୂଚନା ନାହିଁ ।

ନିକଟରେ ରବିବାର ଗୁଜରାଟ କଚ୍ଛ ଜିଲ୍ଲାରେ ୩.୧ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଅପରାହ୍ଣ ୧୨.୪୧ରେ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର କେନ୍ଦ୍ରସ୍ଥଳ ଭାଚାଉରୁ ପ୍ରାୟ ୧୨ କିଲୋମିଟର ଉତ୍ତର-ପୂର୍ବରେ ଥିଲା । ଜୀବନ କିମ୍ବା ସମ୍ପତ୍ତି କ୍ଷୟକ୍ଷତିର କୌଣସି ସୂଚନା ନାହିଁ ବୋଲି ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ କହିଥିଲେ ।
More From
-
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ଯୁଦ୍ଧର ବଡ଼ ପ୍ରଭାବ ; ମିଳୁନି କ୍ରିକେଟ୍ ବଲ୍; ନୂଆ ସିଜିନ୍ ପୂର୍ବରୁ ବଢିଲା ଟେନସନ୍ -
୫ ବିଶ୍ୱନେତାଙ୍କ ସହ କଥା ହେଲେ ମୋଦି -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ












Click it and Unblock the Notifications