କୃତ୍ରିମ ବୁଦ୍ଧିମତା ପଞ୍ଚମ ଶିଳ୍ପବିପ୍ଳବ ଭାବେ ଉଭା ହୋଇଛି;କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
କୃତ୍ରିମ ବୁଦ୍ଧିମତା ପଞ୍ଚମ ଶିଳ୍ପ ବିପ୍ଳବଭାବେ ଉଭା ହୋଇଛି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ନୂଆଦିଲ୍ଲୀଠାରେ ଚାଲିଥିବା କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀ ୨୦୨୬ର ଦ୍ୱିତୀୟ ଦିନରେ ଗଣମାଧ୍ୟମକୁ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ଏହି ସମ୍ମିଳନୀ ଜନସଂଖ୍ୟା ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ ଏକ ମଞ୍ଚଭାବରେ କାର୍ଯ୍ୟ କରୁଛି ଏବଂ ଯୁବପିଢ଼ୀଙ୍କ ମଧ୍ୟରେ ନୂତନ ଶକ୍ତି ମଧ୍ୟ ଦେଖିବାକୁ ମିଳିଛି । ସେ ପୁଣି କହିଛନ୍ତି, ଏହି ସମ୍ମିଳନୀ ଦ୍ୱାରା ଆସନ୍ତା ୨ ବର୍ଷ ମଧ୍ୟରେ ୨୦୦ ବିଲିୟନରୁ ଅଧିକ ଅର୍ଥର ପୁଞ୍ଜି ବିନିଯୋଗ ହେବାର ଆଶା କରାଯାଉଛି ।













Click it and Unblock the Notifications