ପଶ୍ଚିମବଙ୍ଗ ସରକାରଙ୍କ କଡ଼ା ଆକ୍ସନ, ସନ୍ଦୀପ ଘୋଷଙ୍କୁ କଲେ ନିଲମ୍ବନ
ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ବଡ଼ ଆକ୍ସନ ନେଇଛନ୍ତି । ପଶ୍ମିମବଙ୍ଗର ସ୍ବାସ୍ଥ୍ୟ ବିଭାଗ ଶେଷରେ ଆରଜୀ କରର ପୂର୍ବତନ ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କ ନିଲମ୍ବିତ କରିଛନ୍ତି । ତାଙ୍କୁ ପିଶ୍ଚିମବଙ୍ଗ ମେଡ଼ିକାଲ କାଉନସିଲରୁ ବି ନିଲମ୍ବିତ କରାଯାଇଛି । ତାଙ୍କ ବିରୋଧରେ ଆର୍ଥିକ ହେରଫେରର ଅଭିଯୋଗ ଆସିଥିଲା। ଏହି ମାମଲାରେ ସିବିଆଇ ସନ୍ଦୀପଙ୍କୁ ଗିରଫ କରିଥିଲା। ତାଙ୍କ ସହ ଆଉ ୩ ଜଣଙ୍କୁ ମଧ୍ୟ ସିବିଆଇ ବାନ୍ଧଛି।
ହସ୍ପିଟାଲରେ ସମ୍ଭାବ୍ୟ ଆର୍ଥିକ ହେରଫେରକୁ ନେଇ ସିବିଆଇ ତାଙ୍କ ବିରୋଧରେ ତଦନ୍ତ କରୁଥିଲା। ବିଶେଷ କରି ରୋଗୀଙ୍କ ସେବା ପାଇଁ କିଣା ଯାଉଥିବା ସାମଗ୍ରୀରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଏହାର ତଦନ୍ତ କରି ସିବିଆଇ ସନ୍ଦୀପଙ୍କୁ ଗିରଫ କରିଛି। ଆଜି ତାଙ୍କୁ କୋର୍ଟରେ ହାଜର କରାଇ ୮ ଦିନ ପାଇଁ ରିମାଣ୍ତରେ ନେଇଛି।

ସିବିଆଇ ତାଙ୍କୁ ରିମାଣ୍ତରେ ନେବା ପରେ ବେଙ୍ଗଲ ସରକାର ତାଙ୍କୁ ନିଲମ୍ବିତ କରିଛନ୍ତି। ପ୍ରକାଶ ଯେ, ଅଗଷ୍ଟ ୯ରେ ଆର ଜି କର ମେଡିକାଲ କଲେଜ ଓ ହସ୍ପିଟାଲର ସେମିନାର ରୁମରୁ ଜଣେ ମହିଳା ଡାକ୍ତରଙ୍କ କ୍ଷତାକ୍ତ ମୃତଦେହ ମଳିଥିଲା। ଏହାକୁ ନେଇ ପୂରା ଦେଶରେ ହଟଚମଟ ଦେଖାଯାଇଥିଲା
ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ପଶ୍ଚିମବଙ୍ଗରେ ବିରୋଧ ପ୍ରଦର୍ଶନ ହେଉଛି। ବିଜେପି ସମେତ ପ୍ରାୟ ବିରୋଧି ଦଳ ବାରମ୍ବାର ସନ୍ଦୀପ ଘୋଷଙ୍କ ବିପକ୍ଷରେ ଆକ୍ସନର ଦାବି କରୁଥିଲେ । ଘଟଣାର ୨୬ଦିନ ପରେ ପଶ୍ଚିମବଙ୍ଗ ସରକାର ପୂର୍ବତନ ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କୁ ନିଲମ୍ବିତ କରିଛନ୍ତି ।












Click it and Unblock the Notifications