ୱାରେଣ୍ଟ ହେଲା ଜାରି, ଗିରଫ ହେବେ କି ଗୌତମ ଅଦାନୀଙ୍କ !
Gautam Adani: ଆଦାନୀ ଗ୍ରୁପ୍ ଚେୟାରମ୍ୟାନ୍ ଗୌତମ ଆଦାନୀ, ତାଙ୍କ ପୁତୁରା ସାଗର ଆଦାନୀ ଏବଂ ବୋର୍ଡ ସଦସ୍ୟଙ୍କ ବିରୁଦ୍ଧରେ ଆମେରିକାର ଓକିଲମାନେ ଲାଞ୍ଚ ଏବଂ ସୁରକ୍ଷା ଜାଲିଆତି ଅଭିଯୋଗକୁ ଆଣିଛନ୍ତି ଯାହାକୁ ଆଦାନୀ ଗ୍ରୁପ୍ ଖଣ୍ତନ କରିଛି । ଆମେରିକାର ଏକ କୋର୍ଟ ଏହି ୱାରେଣ୍ଟ ଜାରି କରିଛି । ହେଲେ ଏହାକୁ ନେଇ ବର୍ତ୍ତମାନ ଦେଶରେ ରାଜନୀତି ଆରମ୍ଭ ହୋଇଯାଇଛି ।
ଭାରତର ପ୍ରତିଷ୍ଠିତ ଶୀଳ୍ପପତି ଗୌତମ ଆଦାନୀଙ୍କ ନାଁରେ ଆମେରିକାରୁ ଆସିଛି ଅଭିଯୋଗ ହୋଇଛି । ନିଜ କମ୍ପାନୀ ପାଇଁ କଣ୍ଟ୍ରାକ୍ଟ ହାସଲ କରିବାକୁ ଗୌତମ, ତାଙ୍କ ପୁତୁରାଙ୍କ ସହ ଅନ୍ୟ ୭ ଜଣ ଲାଞ୍ଚ ଦେଇଥିବା ଅଭିଯୋଗରେ କୁହାଯାଇଛି। ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ ପକ୍ଷରୁ ଏହି ଅଭିଯୋଗ କରାଯାଇଛି ।

ସୂଚନା ଅନୁସାରେ ୨୦୨୦ରୁ ୨୦୨୪ ମଧ୍ୟରେ ଏହି ଲାଞ୍ଚ ଦିଆଯାଇଥିବା ନେଇ ଅଭିଯୋଗ କରାଯାଇଛି । କଣ୍ଟ୍ରାକ୍ଟ ଜରିଆରେ ୨୦ ବର୍ଷ ମଧ୍ୟରେ ଆଦାନୀ ଗ୍ରୁପକୁ ୨ ଆରବ ଡଲାରର ଲାଭ ହେବ ବୋଲି ଆକଳନ କରାଯାଇଛି। ତେବେ ଲାଞ୍ଚ ଦେବାସହ ଏହାକୁ ଲୁଚାଇବା ନେଇ ୨ଟି ଅଭିଯୋଗ ହୋଇଛି । ଏହି ମାମଲାରେ ଆମେରିକାର ଏକ କୋର୍ଟରେ ଶୁଣାଣି ହୋଇଛି। ଯାହା ପରେ ଗୌତମ ଆଦାନୀ ଓ ତାଙ୍କ ପୁତୁରାଙ୍କ ବିରୋଧରେ ଗିରଫ ଓ୍ୱାରେଣ୍ଟ ଜାରି କରାଯାଇଛି।
ଗିରଫ ଓ୍ୱାରେଣ୍ଟ ଜାରି କରାଯିବା ପରେ ଭାରତରେ ରାଜନୀତି ସରଗରମ ହୋଇଛି । ବିରୋଧି ଦଳ ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ ସିଧାସଳଖ ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି । ଏହି ଘଟଣାର ଜଏଣ୍ଟ ପାର୍ଲାମେଣ୍ଟାରି କମିଟି ତଦନ୍ତ କରୁ ବୋଲି କଂଗ୍ରେସ। ଦାବି କରିଛି ।
ସେହିପରି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ମୋଦି ଏବଂ ତାଙ୍କ ପ୍ରିୟ ବ୍ୟବସାୟୀଙ୍କ ଭିତରେ ଭିତିରି କିଛିମେଣ୍ଟ ଚାଲିଛି, ଆଦାନୀ ଗ୍ରୁପର ବେଆଇନ ବ୍ୟବସାୟ ବିରୋଧରେ ତଦନ୍ତ କରାଯାଉ ବୋଲି ୨୦୨୩ରୁ ଆମେ ଦାବି କରି ଆସୁଛୁ ।
ସେପଟେ ଶିବସେନା ନେତା ସଞ୍ଜୟ ସଞ୍ଜୟ ରାଉତ ମଧ୍ୟ ଏହି ଘଟଣାର ନିନ୍ଦା କରିଛନ୍ତି, ସେ କହିଛନ୍ତି ଏପରି ଘଟଣା ଭାରତ ପାଇଁ ଲଜ୍ଜାଜନକ ବିଷୟ। ଆମେ ଦେଶକୁ ଆଦାନୀ ରାଷ୍ଟ୍ର ହେବାକୁ ଦେବୁ ନାହିଁ।'
ବିରୋଧୀଙ୍କ ଏପରି ଅଭିଯୋଗ ଉପରେ ଜବାବ ରହିଛି ବିଜେପି। ବିଜେପି ନେତା ଅମିତ ମାଲବ୍ୟ କହିଛନ୍ତି, 'କୌଣସି ବିଷୟରେ ଟିପ୍ପଣୀ ଦେବା ପୂର୍ବରୁ ସେ ବିଷୟରେ ପଢିବା ଉଚିତ । ଦୋଷ ପ୍ରମାଣିତ ନହେବା ପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କୁ ନିର୍ଦ୍ଦୋଷ ବୋଲି ଧରାଯାଏ।'












Click it and Unblock the Notifications