Get Updates
Get notified of breaking news, exclusive insights, and must-see stories!

ଗିରଫଦାରିକୁ ବିରୋଧ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ଇମ୍ରାନ ଖାନ, କହିଲେ- ହତ୍ୟା କରିବାର କରାଯାଉଛି ଷଡ଼ଯନ୍ତ୍ର

ପାକିସ୍ତାନ:ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଏ-ଇନସାଫର ଅଦ୍ଧକ୍ଷ ଇମ୍ରାନ ଖାନଙ୍କ ଗିରଫଦାରୀକୁ ନେଇ ଉତ୍ତେଜନା ଜାରି ରହିଛି । ବର୍ତ୍ତମାନ ସେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ତାଙ୍କୁ ହତ୍ୟା କରାଯିବାର ମଧ୍ୟ ଯୋଜନା କରାଯାଉଛି ବୋଲି ଦାବି କରାଯାଇଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଲ-କାଦିର ଟ୍ରଷ୍ଟ ମାମଲାରେ ଇସଲାମାବାଦ ହାଇକୋର୍ଟ ତାଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଏହି ଆଦେଶ ବାତିଲ କରିବାକୁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ହାଇକୋର୍ଟଙ୍କ ନିଷ୍ପତ୍ତିକୁ ବେଆଇନ ବୋଲି କହିଛନ୍ତି।

imran khan

ଇମ୍ରାନ କୋର୍ଟଙ୍କୁ କହିଛନ୍ତି ଯେ, ଏନଏବି ଯେଉଁ ରାଶିକୁ ଦୁର୍ନିତି ବୋଲି ପ୍ରମାଣ କରିବା ପାଇଁ ଚେଷ୍ଟା କରୁଛି । ତାହା ପୂର୍ବରୁ ହିଁ ସୁପ୍ରିମକୋର୍ଟଙ୍କ ଆକାଉଣ୍ଟରେ ଜମା ହୋଇସାରିଛି । ତେଣୁ ସରକାର ଏହାକୁ ଯେକୌଣସି ସ୍ଥାନକୁ ମଧ୍ୟ ସ୍ଥାନାନ୍ତର କରିପାରିବେ।

ଅନ୍ୟପକ୍ଷରେ ଇସଲାମାବାଦ ହାଇକୋର୍ଟ ଦେଇଥିବା ନିଷ୍ପତ୍ତି ପାକିସ୍ତାନର ସମ୍ବିଧାନର ଧାରା 10A ବିରୁଦ୍ଧ ଅଟେ। ସେ ମଧ୍ୟ ଏନଏବି ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଏହି ଆବେଦନରେ ଇମ୍ରାନ କହିଛନ୍ତି ଯେ, ଯେତେବେଳେ ସାଧାରଣ ପଚରାଉଚରାକୁ କେତେବେଳେ ଜାଞ୍ଚରେ ପରିଣତ କରିଦିଆଗଲା ସେ ଜାଣିପାରିଲେ ନାହିଁ ।

ପାକିସ୍ତାନୀ ଗଣମାଧ୍ୟମ ସୂଚନା ଅନୁସାରେ, ତାଙ୍କର ହତ୍ୟା କରାଯାଇ ପାରେ ବୋଲି ସନ୍ଦେହ କରୁଛନ୍ତି ଇମ୍ରାନ ଖାନ । ସେ କୋର୍ଟରେ କହିଥିଲେ ଯେ, ତାଙ୍କୁ ଧୀର ବିଷ ଦିଆଯାଉଛି। ଏହିପରିକି ସେ କହିଛନ୍ତି ଯେ, କୌଣସି ଇଞ୍ଜେକ୍ସନ୍ ମଧ୍ୟ ତାଙ୍କୁ ଦିଆଯାଇପାରେ । ଯାହା ଦ୍ୱାରା ତାଙ୍କର ମୃତ୍ୟୁ ଘଟିପାରେ ।

ସୂଚନାଥାଉ ଯେ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଏବଂ ତାଙ୍କ ପରିବାର ବିରୋଧରେ ମନି ଲଣ୍ଡରିଂ ମାମଲା ଚାଲିଛି । ଯେଉଁଥିରେ ମକସୁଦ ପିଓନ୍ ମୁଖ୍ୟ ସାକ୍ଷୀ ଥିଲା ଯାହାର ହୃଦଘାତରେ ମୃତ୍ୟୁ ହୋଇଥିଲା । ତାଙ୍କୁ ହତ୍ୟା କରାଯାଇଥିବା ନେଇ କିଛି ଲୋକ ସନ୍ଦେହ ପ୍ରକଟ କରିଥିଲେ ଏବଂ ପରେ ତାଙ୍କୁ ହୃଦଘାତ ହୋଇଥିବା ନେଇ ଦର୍ଶାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+