ଜାମ୍ମୁରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଫେରେଇ ଆଣିବାକୁ ବ୍ୟବସ୍ଥା, ସରକାରଙ୍କ ପକ୍ଷରୁ ଜାରି ହେଲା କଣ୍ଟ୍ରୋଲ ରୁମ୍ ନମ୍ବର
ଜାମ୍ମୁରେ ୧୧୪ ଓଡ଼ିଆ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଶା ଫେରେଇ ଆଣିବାକୁ ବ୍ୟବସ୍ଥା କଲେ ରାଜ୍ୟ ସରକାର। ଓଡ଼ିଶା ସରକାରଙ୍କ ପକ୍ଷରୁ ଜାରି ହେଲା କଣ୍ଟ୍ରୋଲ ରୁମ୍ ନମ୍ବର । ଦିଲ୍ଲୀ ସ୍ଥିତ ଓଡ଼ିଶା ନିବାସରେ ଜାରି ହୋଇଥିବା ନମ୍ବର । ଏହି ନମ୍ବର (-୭୪୨୮୧୩୫୦୪୪, ୦୧୧-୨୪୬୭୯୨୦୧) ମାଧ୍ୟମରେ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ । ଭୁବନେଶ୍ୱରର ସଂସ୍କୃତି ଭବନ ଠାରେ ଜାରି ହୋଇଥିବା ନମ୍ବର (-୦୬୭୪-୨୪୩୧୯୪୫, ୯୫୮୩୩୨୧୯୬୪) । ଏହି ନମ୍ବରରେ ଛାତ୍ରଛାତ୍ରୀ ଯୋଗାଯୋଗ କରିବାକୁ ପରାମର୍ଶ ।

ଭାରତ - ପାକିସ୍ତାନ ଉତ୍ତେଜନା ମଧ୍ୟରେ ପାକିସ୍ତାନ ଲଗାତାର ୪ ଦିନ ହେଲା ଯୁଦ୍ଧ ବିରତି ଉଲଂଘନ କରି ଭାରତ ସୀମାବର୍ତ୍ତୀ ଇଲାକାରେ ଗୁଳିମାଡ ଜାରି ରଖିଛି । ଏହାସହ ଡ୍ରୋନ ଆକ୍ରମଣ ମଧ୍ୟ କରୁଛି । କେବଳ ଏତିକି ନୁହେଁ ଫାଇଟର ଜେଟରେ ମଧ୍ୟ ପାକିସ୍ତାନ ଭାରତର ଆକାଶପଥରେ ଅନୁପ୍ରବେଶ କରିଥିବା କହିଛନ୍ତି ସେନାଧିକାରୀ ସୋଫିଆ କ୍ୟୁରେସି । ରାଜୌରୀରେ ପାକ୍ ଗୁଳିମାଡରେ ସାଧାରଣ ନାଗରିକଙ୍କୁ ଜୀବନ ଯାଉଛି । ଏଭଳି ସ୍ଥିତିରେ ସୀମାବର୍ତ୍ତୀ ରାଜ୍ୟର ଶିକ୍ଷାନୁଷ୍ଠାନରେ ରହି ପଢୁଥିବା ପିଲାମାନେ ନିଜ ନିଜ ଘରକୁ ଫେରିଆସିଛନ୍ତି ।












Click it and Unblock the Notifications