Get Updates
Get notified of breaking news, exclusive insights, and must-see stories!

ମାଘ ପୂର୍ଣ୍ଣିମାରେ ପ୍ରୟାଗରାଜରେ ବୁଡ଼ ପକାଇଲେ ୯୦ ଲକ୍ଷ ଶ୍ରଦ୍ଧାଳୁ

ଆଜି ପ୍ରୟାଗରାଜରେ ଆୟୋଜିତ ହୋଇଥିବା ମାଘ ପୂର୍ଣ୍ଣିମାର ସ୍ନାନ ଉତ୍ସବରେ ପ୍ରାୟ ୯୦ ଲକ୍ଷ ଶ୍ରଦ୍ଧାଳୁ ସଙ୍ଗମ ଏବଂ ଗଙ୍ଗାରେ ପବିତ୍ର ବୁଡ଼ ପକାଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ପ୍ରବଳ ଥଣ୍ଡା ହେବା ସତ୍ତ୍ବେ ଶନିବାର ମଧ୍ୟରାତ୍ରରୁ ଶ୍ରଦ୍ଧାଳୁମାନେ ମାଘ ମେଳାରେ ପହଞ୍ଚି ସ୍ନାନ ଜାରି ରଖିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଜି ସକାଳ ୮ ଟା ସୁଦ୍ଧା ପ୍ରାୟ ୯୦ ଲକ୍ଷ ଶ୍ରଦ୍ଧାଳୁ ଗଙ୍ଗା ଏବଂ ସଂଙ୍ଗମରେ ପବିତ୍ର ବୁଡ଼ ପକାଇଛନ୍ତି ।

ଜିଲ୍ଲା ମାଜିଷ୍ଟ୍ରଟ୍ ମନୀଷ କୁମାର ବର୍ମା କହିଛନ୍ତି ଯେ, ଗତ ଏକ ମାସ ଧରି ମେଳାରେ କଳ୍ପବାସ କରୁଥିବା କଳ୍ପବାସୀମାନେ ରବିବାର ଗଙ୍ଗାରେ ଶେଷ ସ୍ନାନ କରିବେ, ତେଣୁ ସେମାନଙ୍କ ପରିବାର ସେମାନଙ୍କୁ ଘରକୁ ଫେରାଇ ଆଣିବାକୁ ଆସିଛନ୍ତି। ସମସ୍ତ ଘାଟରେ ସ୍ନାନ ସୁରୁଖୁରୁରେ ଚାଲିଛି ।

ଏଥିସହ ସେ ଏହା ମଧ୍ୟ କହିଛନ୍ତି ଯେ, ସମସ୍ତ ଘାଟରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏଥିପାଇଁ ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ ଏବଂ ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀର ଟିମ୍ ନିୟୋଜିତ ହୋଇଛନ୍ତି । ସମସ୍ତ ଘାଟରେ ଡଙ୍ଗା ଚାଳକ ଏବଂ ବୁଡ଼ାଳିମାନଙ୍କୁ ମଧ୍ୟ ନିୟୋଜିତ କରାଯାଇଛି ।

magha purnima

ଏହାରି ମଧ୍ୟରେ ବର୍ମା ଆହୁରି କହିଛନ୍ତି ଯେ, ସିସିଟିଭି କ୍ୟାମେରା ଏବଂ ଡ୍ରୋନ୍ ମାଧ୍ୟମରେ ମେଳା ଅଞ୍ଚଳ ଉପରେ ନଜର ରଖାଯାଇଛି ଏବଂ ସମସ୍ତ ଅଧିକାରୀ ମେଳାରେ ପେଟ୍ରୋଲିଂରେ ରହିଛନ୍ତି । ତ୍ରିବେଣୀ ସଙ୍ଗମ ଆରତୀ ସେବା ସମିତିର ସଭାପତି ଆଚାର୍ଯ୍ୟ ରାଜେନ୍ଦ୍ର ମିଶ୍ର କହିଛନ୍ତି ଯେ, ମାଘ ମେଳାରେ ପ୍ରାୟ ପାଞ୍ଚ ଲକ୍ଷ କଳ୍ପବାସୀଙ୍କର ମାସ ବ୍ୟାପୀ କଳ୍ପବାସ ମାଘି ପୂର୍ଣ୍ଣିମା ସ୍ନାନ ସହିତ ଶେଷ ହେବ ଏବଂ ମାଘ ମେଳା ଫେବୃଆରୀ ୧୫ ତାରିଖରେ ମହାଶିବରାତ୍ରି ସ୍ନାନ ସହିତ ଶେଷ ହେବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+