ଆରାବଳୀ ମାମଲା; ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ, କମିଟି ଗଠନ କରି ରିପୋର୍ଟ ପାଇଁ ନିର୍ଦ୍ଦେଶ

ନିଜ ରାୟ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ । ବହୁ ଚର୍ଚ୍ଚିତ ଆରାବଳୀ ଖଣି ଖନନ ମାମଲାରେ କୋର୍ଟ ପୂର୍ବରୁ ଦେଇଥିବା ରାୟରେ ସ୍ଥଗିତାଦେଶ ଜାରି କରିଛନ୍ତି । ପ୍ରଧାନବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି ।

Supreme Court

ସୋମବାର ବହୁ ଚର୍ଚ୍ଚିତ ଆରାବଳୀ ମାମଲାର ଶୁଣାଣି ହୋଇଥିଲା । ଶୁଣାଣିରେ କୋର୍ଟ ଗତ ମାସରେ ଦେଇଥିବା ରାୟ ଉପରେ ରୋକ୍ ଲଗାଇଛନ୍ତି । ଯେଉଁଥିରେ ଆରାବାଳୀ ପର୍ବତ ଶ୍ରେଣୀର ସଜ୍ଞା ବାବଦରେ ଉଲ୍ଲେଖ ହୋଇଥିଲା । ତେବେ ସୁପ୍ରିମକୋର୍ଟ ପର୍ବତ ଶ୍ରେଣୀର ନୂଆ ସଜ୍ଞା ବାବଦରେ ଉଲ୍ଲେଖ କରିବା ପରେ ବିବାଦ ହୋଇଥିଲା । ଅନେକ ପରିବେଶବିତ ରାୟକୁ ବିରୋଧ କରିଥିଲେ । ଆରାବଳୀ ଜୈବ ବିବିଦ୍ଧତା ପାଇଁ ଜରୁରୀ । ଏହାର ସଜ୍ଞା ବଦଳାଇ ଖଣି ଖନନ କରିବା ଠିକ୍ ହେବନି ବୋଲି ପ୍ରକୃତି ପ୍ରେମୀ ଯୁକ୍ତି ବାଢିଥିଲେ । ​​​​​​​

ଶୁଣାଣି ବେଳେ ପ୍ରଧାନ ବିଚାରପତି କହିଛନ୍ତି ଯେ, ପୂର୍ବରୁ ଆରାବଳୀ ମାମଲାକୁ ନେଇ ଗଠିତ ଏକ କମିଟି ରିପୋର୍ଟ ପ୍ରଦାନ କରିଥିଲେ । ଯାହାର ଆଧାରରେ ରାୟ ପ୍ରଦାନ କରାଯାଇଥିଲା । ଏହି ରାୟକୁ ଏବେ ସ୍ଥଗିତ ରଖାଯାଉଛି । ଏହାସହ ନୂଆ କମିଟି ଗଠନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

​​​​​​​ଆହୁରି ମଧ୍ୟ ପ୍ରଧାନ ବିଟାରପତି କହିଛନ୍ତି ଯେ, ପୂର୍ବ କମିଟିର ରିପୋର୍ଟ ଏବଂ କୋର୍ଟଙ୍କ ରାୟକୁ ସଠିକ ଭାବେ କେହି ବୁଝିପାରି ନାହାଁନ୍ତି । କିଛି ସ୍ପଷ୍ଟୀକରଣର ଆବଶ୍ୟକତା ରହିଛି । ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ସ୍ୱଚ୍ଛ ଏବଂ ସ୍ୱତନ୍ତ୍ର ଭାବେ ଭାବେ ଗଠିତ କମିଟିର ମତ ଜରୁରୀ । ଏହାଦ୍ୱାରା ସଠିକ ସଜ୍ଞା ନିରୂପଣ କରାଯାଇପାରିବ । ଏହାସହ କୋର୍ଟ ନୂଆ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କେଉଁ କେଉଁ ସ୍ଥାନକୁ ଆରାବଳୀ ସୀମା ମଧ୍ୟରେ ରଖାଯିବ କାହାକୁ ରଖାଯିବ ନାହିଁ ତାହାକୁ ଉଚିତ ଭାବେ ଚିହ୍ନଟ କରିବା ଜରୁରୀ ଅଟେ ।

ଏହାସହ କୋର୍ଟ କେନ୍ଦ୍ର ସରକାରଙ୍କ ସମେତ ୪ ରାଜ୍ୟ ସରକାରଙ୍କୁ ନୋଟିସ କରିଛନ୍ତି । ନୂଆ ବିଶେଷଜ୍ଞ କମିଟି ଗଠନ କରିବାକୁ କୋର୍ଟ କହିଛନ୍ତି । ଏହାସହ ମମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜାନୁଆରୀ ୨୧ ତାରିଖରେ ହେବ ବୋଲି ନ୍ୟାୟାଳୟ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+