Get Updates
Get notified of breaking news, exclusive insights, and must-see stories!

ସେନା ଗାଡ଼ି ଉପରେ ଖସିଲା ପଥର : ୨ ଅଧିକାରୀ ସହିଦ

ଲଦାଖରେ ଭାରତୀୟ ସେନାର ଗାଡ଼ି ଉପରେ ପଡିଲା ପଥର । ଘଟଣାରେ ଜଣେ ଅଧିକାରୀଙ୍କ ସହିତ ୨ ଜଣ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି ।

ଖବର ମୁତାବକ, ଲଦାଖର ଦୁରବୁକରେ ଭାରତୀୟ ସେନାର ଏକ ଗାଡ଼ି ଉପରେ ପଥର ଖସିପଡିଥିଲା । ଫଳରେ ଏଥିରେ ଥିବା ଜଣେ ଅଧିକାରୀଙ୍କ ସହିତ ୨ ଜଣ ଯବାନଙ୍କ ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ରହିଛନ୍ତି । ଘଟଣାଟି ସକାଳ ୧୧.୩୦ ମିନିଟରେ ଘଟିଛି । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଲଦାଖରେ ଗତ କିଛିଦିନରେ ପ୍ରବଳ ବର୍ଷା ଲାଗିରହିଛି । ଏହି କାରଣରୁ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇଛି ।

army

ସୂଚନାଯୋଗ୍ୟ, ଆଜି ଜମ୍ମୁ କଶ୍ମୀର ଗାନ୍ଦରବଲ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ନେଇ ଯାଉଥିବା ଏକ ବସ୍ ନଦୀରେ ଖସିପଡିଛି । ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍ ପ୍ରବଳ ବର୍ଷା ଯୋଗୁଁ କୁଲ୍ଲନରେ ସିନ୍ଧ ନଦୀରେ ଖସିପଡିଛି । ବସରେ ଥିବା ଯବାନଙ୍କୁ ଉଦ୍ଧାର ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+