ସେନା ଗାଡ଼ିକୁ ଆତଙ୍କବାଦୀଙ୍କ ଆକ୍ରମଣ, ୩ଯବାନ ଶହୀଦ
ଜମ୍ମୁ: ପୁଣି ସେନା ଗାଡ଼ିକୁ ଟାର୍ଗେଟ କଲେ ଆତଙ୍କବାଦୀ । ଆଜି ଯବାନମାନଙ୍କୁ ନେଇ ଯାଉଥିବା ଏକ ଆର୍ମି ଟ୍ରକ୍ ଉପରେ ହଠାତ୍ ଆତଙ୍କବାଦୀମାନେ ଆକ୍ରମଣ କରିଥିବା ଜଣାପଡ଼ିଛି ।ଏହି ଘଟଣା ପୁଞ୍ଚ ସେକ୍ଟରର ଥାନାମଣ୍ଡି ଅଞ୍ଚଳରେ ଘଟିଛି । ଆଉ ଏଥିରେ ୩ଜଣ ସେନା ଯାବାନ ସହିଦ୍ ହୋଇଥିବା ବେଳେ , ୩ଜଣ ସେନା ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳକୁ ଅତିରିକ୍ତ ଯବାନଙ୍କୁ ପଠାଯାଇ ସର୍ଚ୍ଚ ଅପରେସନ ଯୋରଦାର କରିଛି ଭାରତୀୟ ସେନା ।

ନ୍ୟୁଜ ଏଜେନ୍ସି ପିଟିଆଇ ଅନୁଯାୟୀ, ଯବାନଙ୍କୁ ନେଇ ଯାଉଥିବା ଟ୍ରକ୍ ଉପରେ ଆତଙ୍କବାଦୀ ଆକ୍ରମଣ କରିଥିବା ଅଧିକାରୀମାନେ ନିଶ୍ଚିତ କରିଛନ୍ତି । ଅଧିକାରୀ କହିଛନ୍ତି , ଥାନାମଣ୍ଡି-ସୁରନକୋଟ ରାସ୍ତାରେ ସାୱନି ଅଞ୍ଚଳରେ ସେନା ଗାଡି ଉପରେ ଆକ୍ରମଣ କରାଯାଇଛି । ଏହି ଗାଡି ବୁଫଲିଆଜରୁ ଯବାନଙ୍କୁ ନେଇ ଯାଉଥିଲା । ବୁଧବାରଠାରୁ ବୁଫଲିଆଜରେ ଆତଙ୍କବାଦୀଙ୍କ ବିରୋଧରେ ଘେରାବନ୍ଦୀ ଏବଂ ସର୍ଚ୍ଚ ଅପରେଶନ ଜାରି ରହିଛି । ଆତଙ୍କବାଦୀଙ୍କ ଆକ୍ରମଣ ପରେ ଏବେ ସେନା ଆଉ ଆତଙ୍କବାଦୀଙ୍କ ମଧ୍ୟରେ ବି ଗୁଳି ବିନିମୟ ଚାଲିଥିବା ଜଣାଯାଇଛି ।
ସୁଚନାନୁସାରେ ରାଜୋରିର ଥାନାମଣ୍ଡିର ଡେରା ରାସ୍ତାରେ ୨୦ ଡିସେମ୍ବର ରାତିରୁ ସେନା ସର୍ଚ୍ଚ ଅପରେସନ କରୁଥିଲେ । ଆଉ ଡିସେମ୍ବର ୨୧ ଅପରାହ୍ନ ୩: ୪୫ ରେ, ଯେତେବେଳେ ଦୁଇଟି ସେନା ଗାଡି ସୈନିକମାନଙ୍କୁ ଅପରେସନ୍ ସ୍ଥାନକୁ ନେଉଥିଲେ ସେତେବେଳେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ ଗାଡ଼ିଉପରକୁ । ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ସେନା ସୈନିକମାନେ ମଧ୍ୟ ତୁରନ୍ତ ଏହାର ଯାବବରେ ଫାଇରିଂ କରିଥିଲେ ।












Click it and Unblock the Notifications