୩୫୦ ଫୁଟ୍ ତଳକୁ ଖସିଲା ସେନା ଟ୍ରକ: ୫ ଯବାନ ସହିଦ୍
Poonch News: ଜମ୍ମୁ କଶ୍ମୀରର ପୁଞ୍ଚ ଜିଲ୍ଲା ବାଲନୋଇ ସେକ୍ଟରରେ ବଡ଼ ସଡ଼କ ଦୁର୍ଘଟଣା । ୩୦୦ ଫୁଟ୍ ତଳକୁ ଖସିଲା ସେନା ଟ୍ରକ,ଏହି ଦୁର୍ଘଟଣାରେ ୫ ଜଣ ଯବାନ ସହିଦ ହୋଇଥିବା ନେଇ ସୂଚନା ରହିଛି । ଏନେଇ ହ୍ଵାଇଟ୍ ନାଇଟ୍ କର୍ପସ୍ ଏକ୍ସରେ ପୋଷ୍ଟ କରି ପୁଞ୍ଚ ସେକ୍ଟରରେ ଅପରେସନ୍ ଡ୍ୟୁଟି ସମୟରେ ସେନାର ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣାସ୍ଥଳରେ ଉଦ୍ଧାରକରୀ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସମସ୍ତ ଚିକିତ୍ସା ଜାରି ରହିଥିବା ନେଇ ସୂଚନା ରହିଛି ।













Click it and Unblock the Notifications