Get Updates
Get notified of breaking news, exclusive insights, and must-see stories!

କିସ୍ତୱାରରେ ସେନା-ଆତଙ୍କବାଦୀ ମୁହାଁମୁହିଁ, ୮ ଯବାନ ଆହତ

ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ରବିବାର ଜମ୍ମ-କାଶ୍ମୀରର କିସ୍ତଓ୍ୱାରରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଏଥିରେ୭ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି ।

Army-terrorist encounter

ରିପୋର୍ଟ ଅନୁସାରେ ଯବାନମାନଙ୍କୁ କିସ୍ତଓ୍ୱାରର ଚାତରୁରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ମିଳିଥିଲା । ଏହାପରେ ସେମାନେ ସର୍ଚ୍ଚ ଅପସେରନ ଆରମ୍ଭ କରିଥିଲେ । ଏହି ସମୟରେ ଆତଙ୍କବାଦୀମାନେ ଆମ୍ବୁସ କରି ଆକ୍ରମଣ କରିଥିଲେ । ଏଥିରେ୭ଜଣ ଯାବନଙ୍କ ଦେହରେ ଗୁଳି ବାଜିଛି । ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ହସ୍ପିଟାଲକୁ ପଠାଯାଇଛି । ଯବାନମାନେ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲେ । ଏବେବି ଉଭୟ ପକ୍ଷ ମଧ୍ୟରେ ଛକାପଞ୍ଝା ଲାଗି ରହିଛି ।

ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ଦୁଇରୁ ତିନି ଜଣ ପାକିସ୍ତାନୀ ଆତଙ୍କବାଦୀ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ଆତଙ୍କବାଦୀ ଜୈଶ-ଏ-ଅହମ୍ମଦ ସହ ଜଡିତ । ସେମାନେ ଗୁଳି ଚାଳନା କରିବା ସହ ଗ୍ରେନେଡ୍ ମଧ୍ୟ ଫିଙ୍ଗିଥିଲେ । ଆତଙ୍କୀଙ୍କୁ ଧରିବା ପାଇଂ ଡ୍ରୋନ୍ ଏବଂ ସନ୍ଧାନୀ କୁକୁରକୁ ନିୟୋଜିତ କରାଯାଇଛି ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଜାନୁଆରୀ୭ଏବଂ୧୩ତାରିଖରେ କଠୁଆ ଜିଲ୍ଲାର କାହୋଗ ଏବଂ ନାଜୋତ ଅଞ୍ଚଳରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ସର୍ଚ୍ଚ ଅପରେସନ ପରେ ଯବାନମାନେ ବିପୁଳ ମାତ୍ରାରେ ଗୁଳିଗୋଳାଜବତ କରିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+