ଆତଙ୍କବାଦୀଙ୍କ ସହ ସୁରକ୍ଷା ବାହିନୀର ଏନକାଉଣ୍ଟର,ଜଣେ ଯବାନ ଶହୀଦ୍
ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର କିସ୍ତୱାଡାରେ ଆତଙ୍କୀଙ୍କୁ ନିପାତ କରିବା ପରେ ସେନା ଜାମ୍ମୁର ଅଖନୁର ସେକ୍ଟରରେ ଅନୁପ୍ରବେଶକୁ ଉଦ୍ୟମକୁ ପଣ୍ଡ କରିଛନ୍ତି । ତେବେ ଏଲଓସିରେ ଆତଙ୍କବାଦୀଙ୍କ ସହ ସଂଘର୍ଷରେ ସେନାର ଜଣେ ଜେସିଓ ସହିଦ ହୋଇଛନ୍ତି । ସେନାର ସାହସୀ ଯବାନ ଆତଙ୍କୀଙ୍କୁ ଏଲଓସି ପାର୍ କରିବାରୁଦେଲେ ନାହିଁ । ଶେଷ ନିଶ୍ବାସ ଯାଏ ଆତଙ୍କୀ ସହ ଲଢ଼େଇ କରିଥିଲେ ଜୁନିୟର କମିସନଣ୍ଡ ଅଫିସର କୁଳଦୀପ ଚାନ୍ଦ ।
ପଞ୍ଜାବ ୯ ଜେସିଓ (ସୁବେଦାର) କୁଳଦୀପ ଚାନ୍ଦ କେରି-ବଟ୍ଟଲ କ୍ଷେତ୍ରରେ ଏଲଓସିରେ ଅନୁପ୍ରବେଶ ବିରୋଧୀ ଅଭିଯାନର ନେତୃତ୍ୱ ନେଉଥିଲେ । ଏହି ସମୟରେ ହୋଇଥିବା ସଂଘର୍ଷରେ ସେ ଆହତ ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ସେ ବୀରଗତି ପ୍ରାପ୍ତ କରିଛନ୍ତି । ସେପଟେ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ଅତିରିକ୍ତ ଫୋର୍ସ ମୁତୟନ କରାଯାଇଥିବା ସେନା ପକ୍ଷରୁ ସୂଚନା ମିଳିଛି ।

ସୁରକ୍ଷା ଅଧିକାରୀଙ୍କ ଅନୁଯାୟୀ, ନିୟନ୍ତ୍ରଣ ରେଖାରେ ନିୟୋଜିତ ସୈନିକମାନେ ସନ୍ଦେହଜନକ ଗତିବିଧି ଚିହ୍ନଟ କରିଥିଲେ ଏବଂ ତୁରନ୍ତ ଜବାବ ଦେଇଥିଲେ। ଯାହା ଫଳରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଗୁଳିବିନିମୟ ସମୟରେ ଜଣେ ସେନା କର୍ମଚାରୀ ଆହତ ହୋଇଥିଲେ ଏବଂ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା। ତଥାପି ପରେ ସେ ତାଙ୍କର ମୃତ୍ୟୁ ଘଟିଛି।
ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ଅନୁପ୍ରବେଶ ଉଦ୍ୟମକୁ ସଫଳତାର ସହ ପଣ୍ଡ କରାଯାଇଛି। ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି ଏବଂ ଆଖପାଖରେ କୌଣସି ଆତଙ୍କବାଦୀ ଲୁଚି ନାହାଁନ୍ତି ବୋଲି ତାହା ନିଶ୍ଚିତ କରିବା ପାଇଁ ଏକ ସମ୍ପୂର୍ଣ୍ଣ ସର୍ଚ୍ଚ ଅପରେସନ୍ କରିବା ପାଇଁ ଅତିରିକ୍ତ ସଶସ୍ତ୍ର ବାହିନୀ ମୁତୟନ କରାଯାଇଛି। ଗତ ଫେବ୍ରୁଆରି ମାସରେ ଅଖନୁର ସେକ୍ଟରରେ ଆତଙ୍କବାଦୀଙ୍କ ଦ୍ୱାରା ଏକ ସନ୍ଦିଗ୍ଧ ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ୍ ଡିଭାଇସ୍ (ଆଇଇଡି) ଆକ୍ରମଣରେ ଦୁଇ ସୈନିକଙ୍କ ମୃତ୍ୟୁ ହୋଇଥିଲା।












Click it and Unblock the Notifications