ମଣିପୁରରେ ସେନା ଓ ପୁଲିସର ଯାଞ୍ଚ, ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ
ଇମ୍ଫାଲ: ମଣିପୁରର ହିଂସା ଅଧ୍ଯୁଷିତ ଅଞ୍ଚଳରେ ସେନା ଓ ପୁଲିସର ମିଳିତ ଚଢଉ ବେଳେ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରାଯାଇଛି । ଶନିବାର ୨ଟି ଅଭିଯାନ ସମଯରେ ଜବତ ସାମଗ୍ରୀ ମଧ୍ୟରେ ରହିଛି ୫.୫ଫୁଟ ରିକେଟ୍, ୯ ଏମଏମ୍ ଏସଏମଜି କାର୍ବାଇନ, ଗୋଟିଏ ବଡ ଆକାର ମୋର୍ଟାର ଦୁଇଟି ମଧ୍ୟମ ଆକାରର ମୋର୍ଟାର,

୪ଟି ମୋର୍ଟାର ବୋମା, ଦୁଇଟି ପିସ୍ତଲ, ସିଙ୍ଗଲ ବ୍ୟାରେଲ ରାଇପଲ, ୯ ମିଟର ଲମ୍ପ ଫିଉଜ୍ ଓ ଗୋଟିଏ ହ୍ୟାଣ୍ଡ ଗ୍ରେନେଡ। ମଣିପୁର ପୁଲିସ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଜବତ ସାମଗ୍ରୀ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଛି । ଚୁରାଚାନ୍ଦପୁର, ଥୈବାଲ ଓ ଇମ୍ଫାଲ ପୂର୍ବ ଜିଲାରେ ଏହି ଚଢଉ ଅଭିଯାନ ହୋଇଥିଲା ।












Click it and Unblock the Notifications