ଜାମ୍ମୁରେ ଆତଙ୍କବାଦୀଙ୍କ ହମଲା: ଜଣେ ମେଜର୍ ଓ ଦୁଇ ଯବାନ ସହିଦ
ଜାମ୍ମୁ କାଶ୍ମୀର ରଜୌରୀରେ ଆତଙ୍କବାଦୀଙ୍କ ହମଲା । ଏଥିରେ ଭାରତୀୟ ସେନାର ଜଣେ ମେଜର୍ ଓ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି । ୩ ଗୁରୁତର । ଆତଙ୍କୀ ଲୁଚିଥିବା ଖବର ପାଇ ଅପରେସନ ବେଳେ ପାଲଟା ହମଲା ।
ବାଜିମଲ୍ ଜଙ୍ଗଲରେ ଆତଙ୍କୀ ଲୁଚିଥିବା ଖବର ପାଇ କମ୍ବିଂ ଚାଲିଥିଲା । ସେହିପରି ସେନା ଗୁଳିରେ ଜଣେ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିବା ସୂଚନା ମିଳିଛି । ଏହି ସମୟରେ ଜଙ୍ଗଲ ଭିତରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ସେନା ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଭାରତୀୟ ସେନାର ତିନି ଯବାନ ସହିଦ ହୋଇଛନ୍ତି ।
ସୂଚନା ଅନୁସାରେ, ରଜୌରୀର କାଲକୋଟ ଥାନା ଅନ୍ତର୍ଗତ ବାଜି ଗାଁର ଜଙ୍ଗଲରେ ଦୁଇରୁ ତିନି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଖବର ମିଳିଥିଲା । ଏହାପରେ ଭାରତୀୟ ସେନା ଓ ଜମ୍ମୁ କଶ୍ମୀର ପୁଲିସର ସ୍ପେଶାଲ ଅପରେସନ୍ ଗ୍ରୁପ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ ।

ଜଙ୍ଗଲ ଭିତରେ ଆହୁରି ଦୁଇରୁ ତିନି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି । ଡ୍ରୋନ୍ ଓ ହେଲିକପ୍ଟର ସହାୟତାରେ ପୂରା ଅଞ୍ଚଳରେ ଆତଙ୍କବାଦୀଙ୍କ ଗତିବିଧି ଉପରେ ସୁରକ୍ଷାକର୍ମୀ ପକ୍ଷରୁ ନଜର ରଖାଯାଇଛି । ଅଧିକାରୀ କହିଛନ୍ତି ଯେ ବାଜିମାଲ ଅଞ୍ଚଳରେ ସେନା ଏବଂ ଜାମ୍ମୁ କାଶ୍ମୀର ପୋଲିସର ମିଳିତ ଟିମ୍ ଦ୍ୱାରା ସର୍ଚ୍ଚ ଅପରେସନ ସମୟରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଆରମ୍ଭ ହୋଇଥିବା ଏହି ଏନକାଉଣ୍ଟର ଜାରି ରହିଛି ।












Click it and Unblock the Notifications