ଆତଙ୍କବାଦୀ-ସେନା ଗୁଳିବିନିମୟ, ଯବାନ ସହିଦ
ଜମ୍ମୁ-କଶ୍ମୀରର ବାରାମୁଲ୍ଲା, ଶ୍ରୀନଗର ଏବଂ କିଶ୍ତୱାର ଜିଲ୍ଲାର ୩ଟି ସ୍ଥାନରେ ଶନିବାର ସନ୍ଧ୍ୟାରୁ ବ୍ୟାପକ ସୁରକ୍ଷା ଅଭିଯାନ ଜାରି ରହିଛି। କଶ୍ମୀର ଉପତ୍ୟକାରେ ୪୮ ଘଣ୍ଟା ମଧ୍ୟରେ ୩ଟି ଏନକାଉଣ୍ଟର ହୋଇଥିବା ବେଳେ ଜମ୍ମୁ ଅଞ୍ଚଳର ଚେନାବ ଉପତ୍ୟକାର କିସ୍ତୱାର ଅଞ୍ଚଳରେ ଚାଲିଥିବା ସେନା- ଆତଙ୍କବାଦୀ ଗୁଳିବିନିମୟରେ ଜଣେ ସେନା ଯବାନ ସହିଦ ହୋଇଛନ୍ତି ଓ ଅନ୍ୟ ୩ ଜଣ ଗୁରୁତର ଅଛନ୍ତି। ରବିବାର ବାରାମୁଲାର ସୋପୋର ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିଲା।
ସେନାର ହ୍ୱାଇଟ ନାଇଟ୍ କର୍ପସ ଅନୁଯାୟୀ, ନଭେମ୍ବର ୧୦, ରବିବାର କିସ୍ତୱାର ଜିଲ୍ଲା ଭର୍ତ୍ତ ରିଜ୍ ଏରିଆରେ ଆତଙ୍କବାଦୀ ଓ ସେନା ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ପାରା (ସ୍ପେଶାଲ ଫୋର୍ସ)ର ନାଏବ ସୁବେଦାର ରାକେଶ କୁମାର ସହିଦ ହୋଇଛନ୍ତି। ଗୁଳି ବିନିମୟରେ ଅନ୍ୟ ତିନି ଜଣ କମାଣ୍ଡୋ ଆହତ ହୋଇଛନ୍ତି।

କିସ୍ତୱାର ଜିଲ୍ଲାର କୁନ୍ତୱାର ଓ କେଶ୍ୱାନ ଜଙ୍ଗଲରେ ଆତଙ୍କବାଦୀ ଥିବା ଖବର ପାଇ ଜାମ୍ମୁ-କାଶ୍ମୀର ପୁଲିସ ଓ ସେନା ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହୋଇଥିଲା। ଏହାପରେ ଆତଙ୍କବାଦୀ ଓ ସେନା ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏହି ଦୁଇ ଆତଙ୍କବାଦୀ ଭିଲେଜ୍ ଡିଫେନ୍ସ ଗ୍ରୁପଏବଂ ହ୍ୱାଇଟ ନାଇଟ କର୍ପସ ଯବାନଙ୍କ ଅପହରଣ ଓ ହତ୍ୟା ଅଭିଯୋଗରେ ସାମିଲ୍ ଥିଲେ।












Click it and Unblock the Notifications