ଚାଇନଜ୍ ମାଞ୍ଜାସୂତା ନେଲା ସେନାଙ୍କ ଜୀବନ
ହାଇଦ୍ରାବାଦ: ହାଇଦ୍ରାବାଦରେ ଚାଇନିଜ୍ ମଞ୍ଜାଦିଆ ସୂତା କାରଣରୁ ଜଣେ ସେନାଙ୍କ ମୃତ୍ୟୁ ଘଟିଛି । ଜଣେ ସେନା ନିଜ ଡ୍ୟୁଟିରେ ଯାଉଥିବା ସନ୍ଧ୍ୟା ସମୟରେ ତାଙ୍କ ବେକରେ ଚାଇନିଜ୍ ମଞ୍ଜା ସୂତା ଗୁଡ଼ାଇ ହୋଇଯାଇଥିଲା । ଏହା ପରେ ସେ ନିଜ ଗାଡ଼ିରୁ ତଳକୁ ଖସିପଡ଼ିଥିଲେ । ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲେ ବି ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ଯବାନଙ୍କ ନାମ କୋଟେଶ୍ୱର ରେଡ୍ଡୀ ବୋଲି ଚିହ୍ନଟ କରାଯାଇଛି ।
ପୋଲିସର ସୂଚନାନୁସାରେ, ଏହି ଘଟଣାରେ ପ୍ରାଣ ହରାଇଥିବା ସେନା ହେଉଛନ୍ତି କୋଟେସ୍ୱାରା ରେଡ୍ଡୀ ବୋଲି ଜଣାପଡିଛି । ପକୋଟେଶ୍ବରଙ୍କ ପତ୍ନୀ ସଡ଼କ ପଥରେ ସ୍ବାମୀଙ୍କ ମୃତଦେହକୁ ବିଶାଖାପାଟଣା ପଠାଇବାକୁ ଅନୁରୋଧ କରିଛନ୍ତି। ସେଠାରେ କୋଟେଶ୍ବରଙ୍କ ଅନ୍ତିମ ସଂସ୍କାର କରାଯିବ।

ପୋଲିସ ଅଧିକାରୀ କହିଛିନ୍ତି କିଏ ଏହି ମାରାତ୍ମକ ଚାଇନିଜ୍ ମଞ୍ଜା ସୂତା ବ୍ୟବହାର କରୁଥିଲେ ସେଥିଲାଗି ତଦନ୍ତ କରଯାଉଛି । ସେ ଆହୁରି କହିଛନ୍ତି ଯେ, ଏହି ଘଟଣା ଜାନୁଆରୀ ୧୩ ସନ୍ଧ୍ୟାରେ ଘଟିଥିଲା । ପ୍ରାୟ ୩୦ ବର୍ଷୀୟ ସେନା ସଚାଇନିଜ୍ ମାଞ୍ଜା ସୂତା ସଂସ୍ପର୍ଷରେ ଆସିବାରୁ ତାଙ୍କ ବେକ କଟିଯାଇଥିଲା । ଯେଉଁଥିପାଇଁ ତାଙ୍କର ମୃତ୍ୟୁ ହୋଇଥିଲା ।












Click it and Unblock the Notifications