ପୁଣି ଭାରତୀୟ ସେନାର ସର୍ଜ୍ଜିକାଲ ଷ୍ଟ୍ରାଇକ୍! ମିଆଁମାର ସୀମାରେ....
ମିଆଁମାରର ସାଗିଙ୍ଗ୍ ଅଞ୍ଚଳରେ ଉଗ୍ରବାଦୀ ସଙ୍ଗଠନ ULFA (I) ଦାବି କରିଛି ଯେ, ଭାରତୀୟ ସେନା ମିଆଁମାର ସୀମାରେ ତାଙ୍କ ଶିବର ଉପରେ ଡ୍ରୋନ୍ ଆକ୍ରମଣ କରିଛି। ULFA (I) ଅନୁସାରେ, ଏହି ହମଲାରେ ଜଣେ ବରିଷ୍ଠ ନେତାଙ୍କ ମୃତ୍ୟୁ ହୋଇଛି ଏବଂ ପାଖାପାଖି ୧୯ ଜଣ ଲୋକ ଆହତ ହୋଇଛନ୍ତି। ହେଲେ , ପ୍ରତିରକ୍ଷା ମୁଖପାତ୍ର ଏହି ଘଟଣା ବିଷୟରେ ଜାଣିଥିବା ମନା କରିଛନ୍ତି। ସେନା ଏହିପରି କୌଣସି ବି ଅପରେସନର ସୂଚନା ପାଇ ନଥିବା କହିଛନ୍ତି। ULFA ଦାବି କରିଛି ଯେ ,ଏହି ହମଲାରେ ତାଙ୍କର ଜଣେ ସିନିୟର ଲିଡରଙ୍କର ମୃତ୍ୟୁ ହୋଇଛି।
ସୂଚନା ଅନୁସାରେ ଭାରତର ବିଚ୍ଛିନ୍ନତାବାଦୀ ସଂଗଠନ ୟୁନାଇଟେଡ୍ ଲିବରେସନ ଫ୍ରଣ୍ଟ ଅଫ ଆସୋମ (ଇଣ୍ଡିପେଣ୍ଡେଣ୍ଟ)-(ଆଇ) ବା ଉଲଫା-ଆଇ ପକ୍ଷରୁ ଦାବି କରାଯାଇଛି ଯେ ଭାରତୀୟ ସେନା ପକ୍ଷରୁ ଡ୍ରୋନା ପଠାଇ ମିଆଁମାରରେ ଥିବା ଏହାର ଶିବିର ଉପରେ ଆକ୍ରମଣ କରିଛି । ଏହା ଦ୍ବାରା ଉଲଫାର ୨ ଜଣ ବରିଷ୍ଠ କମାଣ୍ଡର ମୃତ୍ୟୁବରଣ କରିଛନ୍ତି । ସେମାନେ ହେଉଛନ୍ତି ବ୍ରିଗେଡିୟର ଗଣେଶ ଆସୋମ ଓ କର୍ଣ୍ଣେଲ ପ୍ରଦୀପ ଆସୋମ । ଏହି ଘଟଣାରେ ଆଉ ୧୯ ଜଣ ଆହତ ହୋଇଛନ୍ତି ।

ଆଉ କେତେକ ରିପୋର୍ଟ ଅନୁସାରେ ଭାରତୀୟ ସେନା ପକ୍ଷରୁ ନ୍ୟାସନାଲ ସୋସିଆଲିଷ୍ଟ କାଉନସିଲ ଅଫ ନାଗାଲାଣ୍ଡ (ଖାପଲାଙ୍ଗ୍) ଉପରେ ମଧ୍ୟ ସର୍ଜିକାଲ ଷ୍ଟ୍ରାଇକ୍ କରାଯାଇଛି । ତେବେ ଏ ସଂପର୍କରେ ପଚରାଯିବାରୁ ଗୁଆହାଟୀରେ ଥିବା ଭାରତୀୟ ସେନାର ମୁଖପାତ୍ର ଲେପ୍ଟନାଣ୍ଟ କର୍ଣ୍ଣେଲ ମହେନ୍ଦ୍ର ରାଓ୍ବତ କହିଛନ୍ତି ଯେ ଏ ନେଇ କୌଣସି ସୂଚନା ଉପଲବ୍ଧ ନାହିଁ ।












Click it and Unblock the Notifications