ଶ୍ରୀନଗରରେ ପହଁଞ୍ଚିଲେ ସେନା ମୁଖ୍ୟ, କରିବେ ସ୍ଥିତିର ଅନୁଧ୍ୟାନ
ପହଲଗାମ ଆତଙ୍କୀ ଆକମଣ ପରେ ଏବେ ଶ୍ରୀନଗରରେ ପହଞ୍ଚିଛନ୍ତି ସେନାଧ୍ୟକ୍ଷ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ। ପହଲଗାମରେ ଆକ୍ରମଣର ସ୍ଥିତି ସମୀକ୍ଷା କରିବେ ସେନାଧ୍ୟକ୍ଷ। ୧୫ କୌର କମାଣ୍ଡର ତାଙ୍କ ଅଞ୍ଚଳ ଭିତରେ ସୁରକ୍ଷା ସ୍ଥିତି ଏବଂ ଆତଙ୍କବାଦୀଙ୍କ ବିରୁଦ୍ଧରେ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ ଅବଗତ କରାଉଛନ୍ତି।

ନିୟନ୍ତ୍ରଣ ରେଖାରେ ପାକିସ୍ତାନୀ ସେନାର ଅସ୍ତ୍ରବିରତି ଉଲ୍ଲଂଘନ ପ୍ରୟାସ ବିଷୟରେ ମଧ୍ୟ କୋର୍ପସ କମାଣ୍ଡର ବିସ୍ତାରିତ ଭାବରେ ରିପୋର୍ଟ କରୁଛନ୍ତି। ଏଲଓସି ସ୍ଥିତିର ମଧ୍ୟ ସମୀକ୍ଷା କରିବେ କାଉଣ୍ଟର ଟେରରିଷ୍ଟ ଏଲଓସି ସ୍ଥିତିର ମଧ୍ୟ ସମୀକ୍ଷା କରିବେ ଜେନେରାଲ ଦ୍ବିବେଦୀ ।ପହଲଗାମରେ ଆକ୍ରମଣ କରିଥିବା ଆତଙ୍କବାଦୀଙ୍କୁ ନିପାତ ପାଇଁ ବଡ଼ ଅଭିଯାନ ଆରମ୍ଭ କରିଛି ଭାରତୀୟ ସେନା । ଯବାନଙ୍କ ଘେରା ବନ୍ଦୀରେ ରହିଛି ଆତଙ୍କବାଦୀଙ୍କ ଏକାଧିକ ଆଡ୍ଡା ।












Click it and Unblock the Notifications