ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ, ସହିଦ ହେଲେ କ୍ୟାପଟେନ

ଜମ୍ମୁ: ଜମ୍ମୁ କାଶ୍ମୀରର ଡୋଡା ଜିଲାର ଅସାର ଅଞ୍ଚଳରେ ବୁଧବାର ଆତଙ୍କବାଦୀ ଓ ସୁରକ୍ଷାବଳଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଆତଙ୍କବାଦୀଙ୍କ ସହ ଏନକାଉଣ୍ଟର ବେଳେ ଜଣେ ସେନା ଅଧିକାରୀ ସହିଦ ହୋଇଥିବା ସାମ୍ନାକୁ ଆସିଛି। ସ୍ୱାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ଏଭଳି ଘଟିବା ନିଶ୍ଚିତ ଭାବେ ଭାରତ ପାଇଁ ଦୁଃଖର ବିଷୟ। ଏହି ଏନକାଉଣ୍ଟର ସମୟରେ ଜଣେ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଥିବା ସାମ୍ନାକୁ ଆସିଛି।

ସୂତ୍ରରୁ ପ୍ରକାଶ ଯେ, ଡୋଡାରେ ଅପରେଶନ ଅସର ଚାଲିଛି, ଯେଉଁଥିରେ ୪୮ ରାଷ୍ଟ୍ରିୟ ରାଇଫଲ୍ସର କ୍ୟାପଟେନ ଆତଙ୍କବାଦୀଙ୍କ ସହ ଲଢୁଥିଲେ। ହ୍ବାଇଟ ନାଇଟ କର୍ପସ କହିଛି, ପ୍ରବଳ ଗୁଳି ବିନିମୟ ମଧ୍ୟରେ ଆତଙ୍କବାଦୀଙ୍କ ସନ୍ଧାନ ଚାଲିଛି। ଅପରେଶନ ସମୟରେ ଅସ୍ତ୍ରଶସ୍ତ୍ର ଭଣ୍ଡାର ଜବତ କରାଯାଇଛି।

Army Captain Killed

ସୂଚନାନୁସାରେ, କିଛି ଆତଙ୍କବାଦୀ ଜମ୍ମୁର ଉଦାମପୁର ଜିଲାର ପାଟନିତୋପ ସୀମାନ୍ତ ଜଙ୍ଗଲରେ ଏବଂ ଡୋଡା ଜିଲାର ଅସରରେ ଲୁଚି ରହିଥିବା ସୂଚନା ମିଳିଥିଲା। ପରେ ସର୍ଚ୍ଚ ଅପରେଶନ କରାଯାଇଥିଲା। ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ସେନା ଯବାନମାନେ ପାଲଟା ଗୁଳି ଚଳାଇଥିଲେ ।

ଏହି ସମୟରେ ଜଣେ ଆର୍ମି କ୍ୟାପଟେନ ସହିଦ ହୋଇଥିଲେ। ଏପର୍ଯ୍ୟନ୍ତ ମୃତ ଆର୍ମି କ୍ୟାପଟେନଜଣକ କିଏ, ତାହା ସାମ୍ନାକୁ ଆସିନାହିଁ। ଆକ୍ରମଣ ପରେ ଆତଙ୍କବାଦୀମାନେ ଖସି ପଳାଇଥିବାରୁ ଏବେ ୪ଜଣଙ୍କୁ ଖୋଜିବା ଆରମ୍ଭ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+