ସିଆଚେନ ଗ୍ଲେସିୟର ସେନା ବେସରେ ଲାଗିଲା ସୋଲାର ସିଷ୍ଟମ

ଆଜି ଏକ ମେଗାଓ୍ବାଟ ବିଜୁଳି ଉତ୍ପାଦନ କ୍ଷମତା ବିଶିଷ୍ଟ ସୋଲାର ସିଷ୍ଟମରେ ଏହି ସେନା ବେସରେ ପ୍ରତିଷ୍ଠା କରାଯାଇଛି । ଏହାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସେନାକୁ ହସ୍ତାନ୍ତର କରିଛନ୍ତି ।

ଶ୍ରୀନଗର: ସିଆଚେନରେ ଲାଗିଲା ସୋଲାର ସିଷ୍ଟମ । ଆଜି ଏକ ମେଗାଓ୍ବାଟ ବିଜୁଳି ଉତ୍ପାଦନ କ୍ଷମତା ବିଶିଷ୍ଟ ସୋଲାର ସିଷ୍ଟମରେ ଏହି ସେନା ବେସରେ ପ୍ରତିଷ୍ଠା କରାଯାଇଛି । ଏହାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସେନାକୁ ହସ୍ତାନ୍ତର କରିଛନ୍ତି ।

solar system

ଏହି ସୋଲାର ସିଷ୍ଟମକୁ ସେନାର ଇଞ୍ଜିନିୟରିଂ କ୍ରପ ୟୁନିଟ ବିକଶିତ କରିଛନ୍ତି । ଏହା ବଳର ଶକ୍ତି ଆବଶ୍ୟକତା ପୂରଣ କରିବାରେ ସାହାଯ୍ୟ କରିବ ଏବଂ ଡିଜେଲ ଉପରେ ନିର୍ଭରଶୀଳତା ହ୍ରାସ କରିବ ।

ଉଭୟ ପାକିସ୍ତାନ ଓ ଚୀନ ସୀମା ସହ ଲାଗିଥିବା ଏହି ଉଚ୍ଚତମ ଯୁଦ୍ଧକ୍ଷେତ୍ରରେ ସେନାର ନିୟମିତ ଅପରେସନ ପାଇଁ ପୂର୍ବରୁ ଡିଜେଲ ଏକମାତ୍ର ଇନ୍ଧନ ଭାବେ ବ୍ୟବହାର ହୋଇ ଆସୁଥିଲା । ତେବେ ଏବେ ଏକ ମେଗାଓ୍ବାଟ ବିଜୁଳି ଉତ୍ପାଦନକାରୀ ସୌରଶକ୍ତି ପ୍ରଣାଳୀ ବ୍ୟବସ୍ଥିତ ହେବା ପରେ ସେନା ପାଇଁ ଶକ୍ତି ସଙ୍କଟ ରହିବ ନାହିଁ । ସିଆଚେନରେ ଥିବା ଭାରତୀୟ ସେନା ବେସରେ ଶକ୍ତି ସଙ୍କଟ ଦୂର କରିବା ପାଇଁ ଅତ୍ୟାଧୁନିକ ସୋଲାର ସିଷ୍ଟମ ବ୍ୟବସ୍ଥା କରିବା ବେସ ଉପାଦେୟ ସାବ୍ୟସ୍ତ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+