କଂଗ୍ରେସକୁ ଝଟକା ପରେ ଝଟକା ଲାଗିବାରେ ଲାଗିଛି , ଏବେ ଏହି ନେତା ଛାଡ଼ିଲେ ଦଳର ସାଥ୍
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଗୁଜୁରାଟରେ କଂଗ୍ରେସ ଆଉ ଏକ ବଡ଼ ଝଟକା ଲାଗିଛି । ରାଜ୍ୟ କଂଗ୍ରେସର ପୂର୍ବତନ ସଭାପତି ତଥା ବରିଷ୍ଠ ନେତା ଅର୍ଜୁନ ମୋଡୱାଡିଆ ଦଳରୁ ଇସ୍ତଫା ଦେଇଛନ୍ତି । ସେ ପୋରବନ୍ଦରରୁ ବିଧାୟକ । ବିଧାନସଭାରେ ବିରୋଧୀ ଦଳର ନେତା ରହିଆସିଛନ୍ତି ।
ଅର୍ଜୁନ ମୋଡୱାଡିଆ କଂଗ୍ରେସ ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖର୍ଗେଙ୍କୁ ଏକ ଚିଠି ଲେଖିଛନ୍ତି । ରାମ ମନ୍ଦିର ପ୍ରାଣ ପ୍ରତୀଷ୍ଠା ସମାରୋହର ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିବା ନେଇ ଦଳର ନିଷ୍ପତ୍ତିକୁ ନେଇ ସେ ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ଏହା ଦେଶର ଲୋକଙ୍କ ଭାବନାକୁ ଆଘାତ ଦେଇଛି ବୋଲି ସେ କହିଛନ୍ତି ।

ମଲ୍ଲିକାର୍ଜୁନ ଖର୍ଗେଙ୍କୁ ପଠାଇଥିବା ଚିଠିରେ ମୋଡ଼ୱାଡିଆ କହିଛନ୍ତି ଯେ ଆପଣ ନିଶ୍ଚିତ ଭାବରେ ଜାଣିଥିବେ ଯେ ଯେତେବେଳେ କଂଗ୍ରେସ ଦଳର ନେତୃତ୍ୱ ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଟା ସମାରୋହ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିଲେ, ସେତେବେଳେ ମୁଁ ମୋର ଆପତ୍ତି ଜଣାଇଥିଲି । ପ୍ରଭୁ ରାମ କେବଳ ହିନ୍ଦୁ ମାନଙ୍କର ନୁହଁନ୍ତି ।ସେ ସମଗ୍ର ବିଶ୍ୱର ବିଶ୍ୱାସ । ପ୍ରାଣପ୍ରତିଷ୍ଠା ସମାରୋହକୁ ପ୍ରତ୍ୟାଖ୍ୟାନ କରି ଭାରତର ଲୋକଙ୍କ ଭାବନାକୁ ଆଘାତ କରି କଂଗ୍ରେସ ପାର୍ଟି ଲୋକଙ୍କ ଭାବନାକୁ ହୃଦୟଙ୍ଗମ କରିବାରେ ବିଫଳ ହୋଇଥିଲା । "












Click it and Unblock the Notifications