ଆପଣ ୟୁପିଆଇ ବ୍ୟବହାର କରୁଛନ୍ତି କି , ହେଲା ୫ ବଡ଼ ପରିବର୍ତ୍ତନ, ଜାଣନ୍ତୁ ସେ ସେବୁ କଣ?

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଡିଜିଟାଲ ପେମେଣ୍ଟର ଧାରା ବୃଦ୍ଧି ପାଉଛି । ଡିଜିଟାଲ୍ ପେମେଣ୍ଟ ପାଇଁ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ଭଳି ଏକ ସୁବିଧା ଯଥା ୟୁପିଆଇ ଆପଣଙ୍କୁ ଘରେ ବସି ସହଜରେ ଗୋଟେ ଆକାଉଣ୍ଟକୁ ଅନ୍ୟ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତରର ସୁବିଧା ଦେଇଥାଏ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ୟୁପିଆଇ କାରବାରରେ କିଛି ପରିବର୍ତ୍ତନ କରିଛି, ଯାହା ଆପଣଙ୍କୁ ଜାଣିବା ନିହାତି ଆବଶ୍ୟକ । ୨୦୨୪ ରେ ୟୁପିଆଇ କାରବାରରେ କେଉଁ ୫ ପରିବର୍ତ୍ତନ ହୋଇଛି ଆସନ୍ତୁ ଜାଣିବା ।

upi

ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ୟୁପିଆଇ) ଜାନୁଆରୀ ୧୦ ସୁଦ୍ଧା ଡାକ୍ତରଖାନା ଏବଂ ଶିକ୍ଷା ସେବା ପାଇଁ ୟୁପିଆଇ କାରବାର ସୀମାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ଆରବିଆଇର ନିଷ୍ପତ୍ତି ଅନୁସରଣ କରିବାକୁ ନିର୍ଦ୍ଦେଶ ଦେଇଛି । ଏହାର ଅର୍ଥ ହେଉଛି ଗ୍ରାହକମାନେ ଶୀଘ୍ର ୟୁପିଆଇ ମାଧ୍ୟମରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡାକ୍ତରଖାନାରେ ହସ୍ପିଟାଲ ବିଲ୍ କିମ୍ବା ଶିକ୍ଷା କ୍ଷେତ୍ରରେ ପେମେଣ୍ଟ ଦେଇ ପାରିବେ ।
ନୂଆ ବର୍ଷରୁ, ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ଯଥା (ଏନପିସିଆଇ) ଏକ ନୂତନ ନୀତି କାର୍ଯ୍ୟକାରୀ କରୁଛି । ଏହା ଅଧୀନରେ, ଗୋଟିଏ କିମ୍ବା ଗୋଟିଏରୁ ଅଧିକ ବର୍ଷ ଧରି ନିଷ୍କ୍ରିୟ ଥିବା ୟୁପିଆଇ ଆଇଡି ଗୁଡିକ ବ୍ଲକ୍ କରାଯିବ ।
ୟୁପିଆଇ ଠକେଇକୁ ରୋକିବା ପାଇଁ ରିଜର୍ଭ ବ୍ୟାଙ୍କ ଏକ ନୂଆ ନିୟମ କରିଛି । ବର୍ତ୍ତମାନ ୟୁପିଆଇର ନୂତନ ଉପଭୋକ୍ତା ଯଥା ଯେଉଁମାନେ ଏକ ନୂଆ ଆକାଉଣ୍ଟ୍ ଓପନ୍ କରୁଛନ୍ତି ସେମାନେ ପ୍ରଥମ ପେମେଣ୍ଟ୍ କେବଳ ୨,୦୦୦ ଟଙ୍କା ପର୍ଯ୍ୟନ୍ତ କରିପାରିବେ ।
ଏଣିକି ଆପଣ ଷ୍ଟକ୍ ମାର୍କେଟରୁ ସେୟାର କିଣିବା ପାଇଁ ୟୁପିଆଇ ମାଧ୍ୟମରେ ପେମେଣ୍ଟ କରିବାୁ ସକ୍ଷମ ହେବେ । ବର୍ତ୍ତମାନ ପର୍ଯ୍ୟନ୍ତ, ୟୁପିଆଇ ମାଧ୍ୟମରେ କେବଳ ଆଇପିଓ ସେୟାର ପାଇଁ ବିଡ୍ କରାଯାଇପାରୁଥିଲା । ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ଦ୍ୱିତୀୟ ବଜାର ପାଇଁ ଜାନୁଆରୀ ୧, ୨୦୨୪ ରେ ୟୁପିାଇ ଆରମ୍ଭ କରିଛି । ପ୍ରାରମ୍ଭରେ କେବଳ ଅଳ୍ପ କିଛି ଗ୍ରାହକ ଏହି ସେବା ପାଇବେ ।

ଆରବିଆଇ କହିଛି ଯେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅଟୋ ପେମେଣ୍ଟ ପାଇଁ ଅତିରିକ୍ତ ଫ୍ୟାକ୍ଟର ପ୍ରାମାଣିକି କରଣ (ଏଏଫଆଇ) ଆଉ ଆବଶ୍ୟକ ହେବ ନାହିଁ । ଏହା ପୂର୍ବରୁ ୧୫ ହଜାରରୁ ଅଧିକ ଟଙ୍କା ଦେୟ ପାଇଁ ଆବଶ୍ୟକ ଥିଲା । ଆମେ ଆପଣଙ୍କୁ କହିବୁ ଯେ ୟୁପିଆଇ ଅଟୋ ପେମେଣ୍ଟ ସେବା ଅନେକ ପ୍ରକାରର ଅନଲାଇନ୍ ପେମେଣ୍ଟ ପାଇଁ ବ୍ୟବହୃତ ହୁଏ ଯେପରିକି କ୍ରେଡିଟ୍ କାର୍ଡ ବିଲ୍ ପେମେଣ୍ଟ, ବୀମା ପ୍ରିମିୟମ୍‌, ମ୍ୟୁଚୁଆଲ୍ ଫଣ୍ଡ, ଇଏମଆଇ ପେମେଣ୍ଟ, ମୋବାଇଲ୍ ବିଲ୍‌, ମନୋରଞ୍ଜନ ଏବଂ ଙଞଞ ସବସ୍କ୍ରିପସନ୍‌, ବିଦ୍ୟୁତ୍ ବିଲ୍ ଇତ୍ୟାଦି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+