ପବନ କଲ୍ୟାଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶ୍ନ: ହିମାଳୟ ଯିବାକୁ କରୁଛ କି ଯୋଜନା ?

ଗୁରୁବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିଥିଲେ। ଏହି ସମୟରେ ସେ ବେଶ ଖୁସି ଥିବା ସହ ଉପସ୍ଥିତ ସମସ୍ତ ଏନଡିଏ ଦଳର ନେତାଙ୍କୁ ସ୍ୱାଗତ କରିଥିଲେ। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଶିବସେନା ସୁପ୍ରିମୋ ଏକନାଥ ସିନ୍ଦେ ଓ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ପ୍ରଧାନମନ୍ତ୍ରୀ ଭେଟିଥିବା ବେଳେ ଆନ୍ଧ୍ରର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ସହ ଥଟ୍ଟା କରିଥିବା ଦେଖାଯାଇଥିଲା, ଯାହା ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଥିଲା।

ପବନ କଲ୍ୟାଣ ନିଜର ନିଆରା ବେଶଭୁଷା ପାଇଁ ସ୍ୱତନ୍ତ୍ର ଦେଖାଯାଉଥିବାବେଳେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ମଞ୍ଚ ଉପକୁ ଆସିଥିଲେ, ସେ ସମସ୍ତ ନେତାଙ୍କୁ ଅଭିବାଦନ କଲେ, କିନ୍ତୁ ପବନ କଲ୍ୟାଣଙ୍କୁ ଦେଖିବା ମାତ୍ରେ ତାଙ୍କର ମନୋଭାବ ବଦଳିଗଲା। ସେ ତାଙ୍କ ସହିତ କେବଳ ହାତ ମିଳାଇ ନଥିଲେ ବରଂ ତାଙ୍କ ସହିତ ଏକ ବିଶେଷ କଥାବାର୍ତ୍ତା ମଧ୍ୟ କରିଥିଲେ।

ଶପଥ ଗ୍ରହଣ ସମାରୋହ ପରେ ସେମାନଙ୍କ କଥାବାର୍ତ୍ତା ବିଷୟରେ ପଚରାଯିବାରୁ, ଅଭିନେତା-ରାଜନେତା ପବନ କଲ୍ୟାଣ କହିଛନ୍ତି ଯେ, "ପ୍ରଧାନମନ୍ତ୍ରୀ ସବୁବେଳେ ମୋ ସହିତ ମଜା କରନ୍ତି। ଆଜି, ସେ ମୋର ପୋଷାକ ଦେଖି ମୋତେ ପଚାରିଲେ ଯେ ତୁମେ ସବୁକିଛି ଛାଡି ହିମାଳୟକୁ ଯାଉଛ କି? ମୁଁ ତାଙ୍କୁ ଉତ୍ତର ଦେଇଥିଲି ଯେ, ବହୁତ କିଛି କାମ ଶେଷ କରିବାର ଅଛି। ଏବେ ହିମାଳୟ ଯିବାର ନାହିଁ।"

narendra modi amp amp pawan kalyan

ତେବେ ବର୍ତ୍ତମାନ, କଲ୍ୟାଣ ତୀର୍ଥଯାତ୍ରା କରୁଥିବା ଦେଖାଯାଇଛି। ଦକ୍ଷିଣ ଭାରତର ବିଭିନ୍ନ ମନ୍ଦିର ପରିଦର୍ଶନ କରିବା ସହ କିଛି ଦିନ ତଳେ ସେ ମହାକୁମ୍ଭରେ ଯାଇ ବୁଡ଼ ପକାଇଥିଲେ। ଏହା ପ୍ରଥମ ଥର ନୁହେଁ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପବନ କଲ୍ୟାଣଙ୍କ ମଧ୍ୟରେ ଏପରି ନିବିଡ଼ ସମ୍ପର୍କ ଦେଖାଯାଇଛି। ପୂର୍ବରୁ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ, ପ୍ରଧାନମନ୍ତ୍ରୀ ମୋଦୀ ପବନ କଲ୍ୟାଣଙ୍କ ବିଷୟରେ କହିଥିଲେ - "ଏହି ପବନ ଯାହାକୁ ଆପଣ ଦେଖିପାରୁଛନ୍ତି ତାହା ପବନ ନୁହେଁ ବରଂ ଏକ ଝଡ଼।" ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଭଲପାଇବା ରାଜନୈତିକ ସମୀକରଣ ଆଡ଼କୁ ମଧ୍ୟ ଇଙ୍ଗିତ କରେ ଯାହା ସ୍ପଷ୍ଟ ଭାବରେ ଦର୍ଶାଏ ଯେ ପବନ କଲ୍ୟାଣ ବିଜେପି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ହୋଇ ରହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+