ଗରମ କରି ଖାଉଛନ୍ତି କି ଏହି ସବୁ ଖାଦ୍ୟ, ହୋଇପାରେ ମାରାତ୍ମକ ସମସ୍ୟା
କିଛି ଖାଦ୍ୟ ଏପରି ଅଛି ଯାହାକୁ ଅଧିକ ଗରମ କରି ଖାଇଲେ ତାହା ଶରୀର ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ। ଏନେଇ ଜାଣିବା ପରେ ବଦଳାଇ ଦିଅନ୍ତୁ ଅଭ୍ୟାସ...
ବ୍ରେଡ୍: ହ୍ବାଇଟ୍ ବ୍ରେଡ୍ରେ କାର୍ବୋହାଇଡ୍ରେଟ୍ସ ଓ ସୁଗାର ବହୁ ଅଧିକ ରହିଥାଏ। ଏହାକୁ ଅଧିକ ଗରମ କଲେ ଏଥିରେ ଏଭଳି ଏକ ତତ୍ତ୍ୱ ସୃଷ୍ଟି ହୁଏ ଯାହା କ୍ୟାନ୍ସରର ଆଶଙ୍କା ବଢ଼ାଇ ଦେଇଥାଏ। ତେଣୁ ବ୍ରେଡ୍କୁ ଅଧିକ ଗରମ କରନ୍ତୁ ନାହିଁ ଓ ପୋଡ଼ିଯାଇଥିବା ଅଂଶକୁ ଆଦୌ ଖାଆନ୍ତୁ ନାହିଁ।

ତେଲ: ତେଲରେ କୌଣସି ଜିନିଷକୁ ଛାଣି ଖାଇବା ପରେ ବଳକା ତେଲକୁ ବାରମ୍ବାର ଗରମ କରି ଖାଇଲେ ତାହା ମଧ୍ୟ ସ୍ବାସ୍ଥ୍ୟ ପାଇଁ ଭଲ ନୁହେଁ। କାରଣ ତେଲକୁ ବାରମ୍ବାର ଗରମ କଲେ ସେଥିରେ ହାନିକାରକ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାନ୍ତି ଯାହା କ୍ୟାନ୍ସର ସୃଷ୍ଟିର ମଧ୍ୟ ଅନ୍ୟତମ କାରଣ ହୋଇପାରେ।
ଫ୍ରୋଜନ ଫୁଡ୍: ମାର୍କେଟରେ ମିଳୁଥିବା ବିଭିନ୍ନ ପ୍ରକାର ଫ୍ରୋଜନ ଫୁଡ୍ ମଧ୍ୟ ସ୍ବାସ୍ଥ୍ୟ ପାଇଁ ଭଲ ନୁହେଁ। ଏହି ପ୍ରକାରରେ ରଖାଯାଇଥିବା ମାଂସରେ ନାଇଟ୍ରେଟ୍ ଓ ନାଇଟ୍ରାଇଟ୍ ଭଳି ପଦାର୍ଥ ରହିଥାଏ ଯାହାକୁ ରାନ୍ଧିବା ମାତ୍ରେ ଏକ ପ୍ରକାର ହାନିକାରକ ତତ୍ତ୍ୱ ବାହାରିଥାଏ, ଯାହା କ୍ୟାନ୍ସର ସୃଷ୍ଟି କରିପାରେ। ଯଦି ଏହି ପ୍ରକାର ମାଂସ ଆଣନ୍ତି ତେବେ ଏହାକୁ ଓଭରକୁକ୍ କରନ୍ତୁ ନାହିଁ।
ମାଛ: ମାଛରେ ପ୍ରୋଟିନ୍ ରହିଛି। କିନ୍ତୁ ଏହାକୁ ଅଧିକ ଭାଜି ଖାଇଲେ ତାହା କ୍ୟାନ୍ସର ସୃଷ୍ଟି କରିପାରେ।
ସେହିପରି ପ୍ଲାଷ୍ଟିକ୍ ବାସନ ନେଇ ଓଭାନ୍ରେ ଗରମ କରି ଖାଇଲେ, ନନ୍ଷ୍ଟିକ୍ ବାସନରେ ପୋଡ଼ିଯାଇଥିବା ଖାଦ୍ୟ ଖାଇଲେ ତାହା ସ୍ବାସ୍ଥ୍ୟ ପାଇଁ ଖରାପ ହୋଇଥାଏ।












Click it and Unblock the Notifications