ଅର୍ଚ୍ଚନା ନାଗଙ୍କ ଓକିଲାତି ଲାଇସେନ୍ସ ନିଲମ୍ବିତ
ଅର୍ଚ୍ଚନା ନାଗ ଓକିଲାତି ପେଶାରୁ ନିଲମ୍ବିତ । ନିଲମ୍ବନ କଲେ ରାଜ୍ୟ ଆଇନଜୀବୀ ପରିଷଦ। ତଥ୍ୟ ଗୋପନ ରଖି ଓକିଲାତି ଲାଇସେନ୍ସ ହାତେଇ ଥିଲେ ଅର୍ଚ୍ଚନା । ତାଙ୍କ ନାମରେ କୌଣସି ଫୌଜଦାରୀ ମାମଲା ନ ଥିବା ଦର୍ଶାଇ ଥିଲେ। କିନ୍ତୁ ତାଙ୍କ ନାମରେ ଫୌଜଦାରୀ ମାମଲା ଥିବା ଜାଣି ପାରିଛି ଆଇନଜୀବୀ ପରିଷଦ। ସେହିଭଳି ଦୁଇଟି କମ୍ପାନୀର ନିର୍ଦ୍ଦେଶକ ଅଛନ୍ତି ଅର୍ଚ୍ଚନା। ସେଥିପାଇଁ ତାଙ୍କୁ ଓକିଲାତି ପେଶାରୁ କରାଯାଇଛି ନିଲମ୍ବନ। ରାଜ୍ୟ ଆଇନଜୀବୀ ପରିଷଦର ଅଧ୍ୟକ୍ଷ ସିତାଂଶୁ ଦ୍ବିବେଦୀଙ୍କ ସୂଚନା ।

ବିବରଣୀରୁ ପ୍ରକାଶ ଯେ ଅର୍ଚ୍ଚନା ନାଗ ତାଙ୍କ ବିରୁଦ୍ଧରେ ଥିବା ଫୌଜଦାରୀ ମାମଲା ସମ୍ପର୍କିତ ତଥ୍ୟ ସଂପର୍କରେ ଉଦ୍ଦେଶ୍ୟ ପ୍ରଣୋଦିତ ଭାବରେ ଗୋପନ ରଖି ଓକିଲାତି ପେଶାରେ ଆଇନଜୀବୀ ଭାବେ ପଞ୍ଜୀକରଣ ଫର୍ମ ଦାଖଲ କରିଥିଲେ ଏବଂ ଧୂତ୍ତାମୀ ଓ ଠକାମି ପୂର୍ବକ ନିଜକୁ ଆଇନଜୀବୀ ହିସାବରେ ପଞ୍ଜୀକରଣ କରାଇଥିଲେ। ପରବର୍ତ୍ତୀ ସମୟରେ ପ୍ରାପ୍ୟ ତଥ୍ୟ ଅନୁଯାୟୀ ଜଣାଗଲା ଯେ ବାସ୍ତବରେ ଅର୍ଚ୍ଚନା ନାଗଙ୍କ ନାମରେ ବିଭିନ୍ନ ଦଫା ସମ୍ବଳିତ ଫୌଜଦାରୀ ମାମଲା ରୁଜୁ ହୋଇ ଏହା ବିଚାରାଧୀନ ସତ୍ତ୍ୱେ ପଞ୍ଜୀକରଣ ପାଇଁ ଦାଖଲ କରିବାକୁ ଥିବା ନିର୍ଦ୍ଧାରିତ ବିନ୍ଦୁ ୧୪, ୧୫, ୧୬, ୧୭, ୨୦(ଖ) ରେ ସେ ଉଲ୍ଲେଖ କରିଥିଲେ କି ତାଙ୍କ ବିରୁଦ୍ଧରେ କୌଣସି ଫୌଜଦାରୀ ମାମଲା ନାହିଁ କିମ୍ବା ସେ କୌଣସି ବ୍ୟବସାୟ ବୃତ୍ତିରେ ସଂପୃକ୍ତ ନାହାନ୍ତି।
-
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ପଶ୍ଚିମ ଏସିଆ ଅସ୍ଥିରତା ମଧ୍ୟରେ ସରକାର ରାଜ୍ୟଗୁଡ଼ିକୁ ଦିଆଯାଇଛି 40,000 କିଲୋଲିଟର ଅତିରିକ୍ତ କିରୋସିନି -
ରାଷ୍ଟ୍ରପତିଙ୍କୁ ଅପମାନ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ଚିଠି -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ବୋମାମାଡ଼ରେ ଥରୁଛି ମଧ୍ୟପ୍ରାଚ୍ୟ, ଇରାନର ୧୬ ଯୁଦ୍ଧ ଜାହାଜ ଧ୍ବଂସ କଲା ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
ଓଡ଼ିଶା ବାସୀଙ୍କ ଭାରି ପ୍ରିୟ ମାଂସ, ଗୃହରେ ସୂଚନା ଦେଲେ ମନ୍ତ୍ରୀ -
ଇରାନକୁ ଗୋଟିଏ ଘଣ୍ଟା ମଧ୍ୟରେ ଧ୍ୱଂସ କରିଦେବୁ... ଡୋନାଲ୍ଡ ଟ୍ରମ୍ପ !












Click it and Unblock the Notifications