୫୬ ବର୍ଷରେ ଦ୍ୱିତୀୟ ବିବାହ କଲେ ଅର୍ବାଜ ଖାନ

Arbaaz Khan-Sshura Khan Wedding: ଗତକାଲି ବଲିଉଡ ଅଭିନେତା ଅରବାଜ ଖାନ ସେଲିବ୍ରିଟି ମେକଅପ ଆର୍ଟିଷ୍ଟ୍ ସୁରା ଖାନଙ୍କୁ ବିବାହ କରିଛନ୍ତି । ଦବଙ୍ଗ ଅଭିନେତା 56 ବର୍ଷ ବୟସରେ ଦ୍ୱିତୀୟ ଥର ନିଜଠୁ 15 ବର୍ଷ ସାନ ସୁରାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ଖାସ୍ ବିବାହ ଉତ୍ସବ ଅରବାଜଙ୍କ ଭଉଣୀ ଅର୍ପିତାଙ୍କ ଘରେ ଅନୁଷ୍ଠିତ ହୋଇଥିଲା। ବିବାହ ପରେ ଅରବାଜ ଏବଂ ସୁରାଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଫ୍ୟାନ୍ସ ପସନ୍ଦ କରୁଥିବା ବେଳେ ଅନେକ ଲୋକ ସମାଲୋଚନା ମଧ୍ୟ କରୁଛନ୍ତି ।

ନବ ବିବାହିତ ଅରବାଜ ଖାନ ନିଜେ ସୁରା ଖାନଙ୍କ ସହିତ ବିବାହ ପରେ ଇନଷ୍ଟାଗ୍ରାମରେ ଫଟୋ ସେୟାର କରିଥିଲେ । ଫଟୋରେ ଉଭୟ ବେଶ୍ ରୋମାଣ୍ଟିକ୍ ଅନ୍ଦାଜରେ ନଜର ଆସୁଛନ୍ତି । ବିବାହରେ ଦୁହେଁ ବେଶ୍ ସିମ୍ପଲ ଲୁକରେ ନଜର ଆସିଥିଲେ , ହେଲେ ଖୁବ ଖାସ୍ ଥିଲା ଦୁହେଁଙ୍କ ଡ୍ରେସ୍ । ସେହିପରି ପିତାଙ୍କ ଦ୍ୱିତୀୟ ବିବାହରେ ଅରବାଜ ଖାନ ଏବଂ ତାଙ୍କ ପୂର୍ବତନ ପତ୍ନୀ ମଲାଇକା ଆରୋରାଙ୍କ ପୁଅ ଅରହାନ ମଧ୍ୟ ଯୋଗ ଦେଇଥିଲେ। ଅରହାନ ତାଙ୍କ ପିତା ଅରବାଜ ଏବଂ ତାଙ୍କ ନୂଆ ମା'ଙ୍କ ସୁରା ଖାନଙ୍କ ସହ ଫଟୋ କ୍ଲିକ୍ ମଧ୍ୟ କରିଥିଲେ । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନାଥାଉ ଯେ, ଅରବାଜ ଖାନଙ୍କ ଦ୍ୱିତୀୟ ବିବାହ ତାଙ୍କ ଭଉଣୀ ଅର୍ପିତାଙ୍କ ଘରେ ହୋଇଥିଲା। ଏହି ବିବାହ ଉତ୍ସବରେ ଭାଇ ସଲମାନ ଖାନ, ସୋହେଲ ଖାନ ଏବଂ ରଭିନା ଟଣ୍ଡନ, ରିତିଶ ଦେଶମୁଖ-ଜେନେଲିଆ ଡି'ସୁଜା, ୟୁଲିଆ ଭନ୍ତୁର, ବାବା ସିଦ୍ଦିକି, ଫରାହ ଖାନଙ୍କ ସମେତ ଅରବାଜ ଏବଂ ସୁରା ଖାନଙ୍କ ପୁରା ପରିବାର ମଧ୍ୟ ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ।

Arbaaz Khan-Sshura
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+