ଗାଜାକୁ ଯୋଗାଣ ବନ୍ଦକଲା ଇସ୍ରାଏଲ
ଗାଜା ଅଞ୍ଚଳକୁ ସମ୍ପୂର୍ଣ୍ଣ ଅବରୋଧ କରିବା ନେଇ ଇସ୍ରାଏଲର ନିଷ୍ପତ୍ତିକୁ କଡା ନିନ୍ଦା କରିଛି ଇଜିପ୍ଟ। ଏହା ସହ ଇସ୍ରାଏଲ ଗାଜାରେ ଅନାହାରକୁ ଅସ୍ତ୍ର ଭାବରେ ବ୍ୟବହାର କରୁଛି ବୋଲି ଇଜିପ୍ଟ ଅଭିଯୋଗ ଆଣିଛି। ଇଜିପ୍ଟର ବୈଦେଶିକ ମନ୍ତ୍ରୀ ବଦର ଅବଦେଲାଟ୍ଟି ରବିବାର ଦିନ ଇସ୍ରାଏଲ-ହାମାସ ଅସ୍ତ୍ରବିରତିର ଅବଧିକୁ ଆହୁରି ବଢାଇବା ପାଇଁ ଆହ୍ୱାନ ଦେଇଛନ୍ତି ।
ହମାସ ଓ ଇସ୍ରାଏଲ ସହିତ ଇଜିପ୍ଟ ଏକ ପ୍ରମୁଖ ମଧ୍ୟସ୍ଥି ଭାବରେ କାର୍ଯ୍ୟ କରୁଛି। ଇସ୍ରାଏଲ ଆଜି ଗାଜା ଷ୍ଟ୍ରିପରେ ସମସ୍ତ ସାମଗ୍ରୀର ପ୍ରବେଶକୁ ଅବରୋଧ କରିଥିଲା। ଏହା ସହ ଯଦି ହମାସ୍ ଏକ ନୂତନ ପ୍ରସ୍ତାବ ଗ୍ରହଣ ନକରେ ତେବେ ଏହାର ପରିଣାମ ଭୟଙ୍କର ହେବ ବୋଲି ଇସ୍ରାଏଲ ଚେତାବନୀ ଦେଇଛି ।

ଅନ୍ୟପଟେ ହାମାସ ଇସ୍ରାଏଲ ବର୍ତ୍ତମାନ ହୋଇଥିବା ଅସ୍ତ୍ରବିରତି ଚୁକ୍ତି ଉଲଘଂନ କରିଛି ବୋଲି ଅଭିଯୋଗ ଆଣିଛି। କାରଣ ଜାନୁଆରୀରେ କାର୍ଯ୍ୟକାରୀ ହୋଇଥିବା ଅସ୍ତ୍ରବିରତିର ନିୟମରେ ଇସ୍ରାଏଲ ଗାଜାକୁ ବିପଣନ ସାମଗ୍ରୀ ଅଟକାଇବ ନାହିଁ ବୋଲି ଚୁକ୍ତି ହୋଇଥିଲା। କିନ୍ତୁ ଆଜି ଇସ୍ରାଏଲ ଗାଜକୁ ଯାଉଥିବା ସମସ୍ତ ଦ୍ରବ୍ୟକୁ ସୀମାରେ ଅଟକ ରଖିଛି। ତେବେ ଅସ୍ତ୍ରବିରତି ଉଲ୍ଲଂଘନ ବିଷୟରେ ଉଭୟ ପକ୍ଷ କୌଣସି ଆଲୋଚନା କରିନାହାଁନ୍ତି ।
ଅସ୍ତ୍ରବିରତିର ପ୍ରଥମ ପର୍ଯ୍ୟାୟ ଶନିବାର ଦିନ ଶେଷ ହୋଇଥିଲା। ଦୁଇ ପକ୍ଷ ଏପର୍ଯ୍ୟନ୍ତ ଯାଏ ଦ୍ୱିତୀୟ ପର୍ଯ୍ୟାୟ ବୁଝାମଣା କରିନାହାଁନ୍ତି, ଯେଉଁଥିରେ ଇସ୍ରାଏଲ ହାମାସର ଅବଶିଷ୍ଟ ବନ୍ଧକଙ୍କୁ ମୁକ୍ତ କରିବ। ଇଜିପ୍ଟ ଏହି ଅବରୋଧକୁ ନିନ୍ଦା କରିଥିଲା ଏବଂ ଇସ୍ରାଏଲକୁ ଅନାହାରକୁ ଅସ୍ତ୍ର ଭାବରେ ବ୍ୟବହାର କରିଥିବା ଅଭିଯୋଗ କରିଥିଲା। ବର୍ତ୍ତମାନର ଅସ୍ତ୍ରବିରତି ଚୁକ୍ତିର ଦ୍ୱିତୀୟ ପର୍ଯ୍ୟାୟ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଅବଦେଲାଟି ଉଭୟ ଦେଶକୁ ଆହ୍ୱାନ କରିଛନ୍ତି।












Click it and Unblock the Notifications