ଖ୍ୟାତନାମା ସଂଗୀତକାର ଏ.ଆର୍‌. ରେହମାନ ହସ୍ପିଟାଲରେ ଭର୍ତ୍ତି

ଖ୍ୟାତନାମା ସଂଗୀତକାର ଏ.ଆର୍‌. ରେହମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଉଛି। ରବିବାର ସକାଳେ ରେହମାନଙ୍କର ଛାତିରେ ପ୍ରବଳ ଯନ୍ତ୍ରଣା ହୋଇଥିଲା । ତାଙ୍କୁ ତୁରନ୍ତ ଚେନ୍ନାଇର ଗ୍ରୀମ୍ସ ରୋଡରେ ଥିବା ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କ ଉପରେ ଇସିଜି ଏବଂ ଇକୋକାର୍ଡିଓଗ୍ରାମ ସମେତ ଅନେକ ପରୀକ୍ଷା କରିଥିଲେ।

ରିପୋର୍ଟ ଅନୁଯାୟୀ, ରେହମାନଙ୍କ ଉପରେ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ କଡ଼ା ନଜର ରଖିଛି। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଅଧିକ ଅପ୍‌ଡେଟ୍‌ ଅପେକ୍ଷା କରାଯାଇଛି। ତେବେ ସେ ନିକଟରେ ବିଦେଶରୁ ଫେରୁଥିବା ସମୟରେ ବେକରେ ଯନ୍ତ୍ରଣା ଅନୁଭବ କରୁଥିଲେ। ଏହାପରେ ତାଙ୍କର ଛାତିରେ ଯନ୍ତ୍ରଣା ହୋଇଥିଲା।

AR Rahman

ଭାରତୀୟ ତଥା ବିଶ୍ୱ ସଂଗୀତଜଗତରେ ନିଜର ସ୍ବତନ୍ତ୍ର ଅବଦାନ ପାଇଁ ଜଣାଶୁଣା ରେହମାନଙ୍କ ପ୍ରଶଂସକ ସାରା ବିଶ୍ୱରେ ଅଛନ୍ତି। ଏବେ ତାଙ୍କର ଅପ୍ରତ୍ୟାଶିତ ହସ୍ପିଟାଲରେ ଭର୍ତ୍ତି ହେବା ଖବର ପ୍ରଶଂସକଙ୍କୁ ଗଭୀର ଭାବେ ମର୍ମାହତ କରିଛି। ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+