April 1 Rule Changes: ଏପ୍ରିଲ୍‌ ୧ରୁ ବଡ଼ ପରିବର୍ତ୍ତନ; ଆପଣଙ୍କ ପେଟକୁ ପଡିପାରେ ସିଧାସଳଖ ପ୍ରଭାବ

ୟୁନାଇଟେଡ ପେମେଣ୍ଟ୍‌ସ ଇଣ୍ଟରଫେସ୍ (UPI) ର ସୁରକ୍ଷାକୁ ବଢ଼ାଇବା ପାଇଁ ନ୍ୟାସନାଲ ପେମେଣ୍ଟ୍‌ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍‌ପିସିଆଇ) କେତେକ ନୂଆ ନିୟମ ଆସନ୍ତା ପହିଲାରୁ ଲାଗୁ କରିବ ।

ନିଷ୍କ୍ରିୟ ମୋବାଇଲ ଫୋନ ନମ୍ବରରୁ ୟୁପିଆଇ କରାଯାଇ ପାରିବ ନାହିଁ ୟୁପିଆଇ ସହ ସଂଯୋଜିତ ହୋଇଥିବା ନିଷ୍କ୍ରିୟ ନମ୍ବରଗୁଡିକୁ ବାଦ୍ ଦେବା ପାଇଁ ଏନ୍‌ପିସିଆଇ ପକ୍ଷରୁ ବ୍ୟାଙ୍କ ସମେତ ଫୋନପେ, ଗୁଗୁଲ୍‌ ପେ ସଂସ୍ଥାକୁ କୁହାଯାଇଛି ।

April 1 Rule Changes

ଆୟକର ନିୟମରେ ହେବ ପରିବର୍ତ୍ତନ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତବର୍ଷ ଫେବ୍ରୁଆରୀ ୧ରେ ସଂସଦରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଆଗତ କରିବା ସମୟରେ ଆୟକର ନିୟମ ପରିବର୍ତ୍ତନ ଘୋଷଣା କରିଥିଲେ । ଏଥିଯୋଗୁ ନୂଆ ଟିକସ ସ୍ଲାବ୍ ଏବଂ ହାର କାର୍ଯ୍ୟକାରୀ ହେବ । ନୂଆ ନିୟମ ଅନୁଯାୟୀ, ବାର୍ଷିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ଆୟକର ଦେବାକୁ ପଡ଼ିବ ନାହିଁ ବେତନଭୋଗୀଙ୍କୁ ମଧ୍ୟ ୭୫ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ରିଡକ୍ସନ ମିଳିବ । ତେଣୁ ନୂଆ ଟିକସ ବ୍ୟବସ୍ଥାରେ ବେତନଭୋଗୀମାନଙ୍କୁ ୧୨.୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ଦେବାକୁ ପଡ଼ିବ ନାହିଁ।

ବଦଳିଯିବ ଜିଏସ୍‌ଟି ନିୟମ
ଏପ୍ରିଲ ପହିଲାରୁ ଜିଏସ୍‌ଟି ନିୟମ ବଦଳିଯିବ । ନିଏସ୍‌ଟି ପୋର୍ଟାଲରେ ମଲ୍ଟି, ଫ୍ୟାକ୍ଟରରେ ଅଥେଣ୍ଟିକେସନ୍ (ଏମ୍ଏଫ୍)କୁ ଟିକସଦାତାଙ୍କ ପାଇଁ ବାଧ୍ୟତାମୂଳକ କରାଯିବ। ଉତ୍ତମ ସୁରକ୍ଷା ବ୍ୟବସ୍ଥା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ସେହିଭଳି ୧୮୦ ଦିନରୁ ପୁରୁଣା ହୋଇ ନଥିବା ମୂଳ ଦସ୍ତାବିଜ୍ ପାଇଁ ଇ-ୱେବିଲ୍‌ ସୃଷ୍ଟି କରାଯାଇ ପାରିବ ।

କ୍ରେଡିଟ୍ କାର୍ଡ ନିୟମରେ ହେବ ପରିବର୍ତ୍ତନ

କେତେକ କାର୍ଡଧାରୀଙ୍କ ପାଇଁ କ୍ରେଡିଟ୍ କାର୍ଡ ନିୟମ ପରିବର୍ତ୍ତନ ହୋଇଯିବା ସହ ରିୱାର୍ଡ ପଏଣ୍ଟ ଢାଞ୍ଚା ଦୃଷ୍ଟିରୁ ଏହି ପରିବର୍ତ୍ତନ ହେବ ।

ୟୁପିଏସ୍‌ରେ ହେବ ପରିବର୍ତ୍ତନ

୨୦୨୪ ଅଗଷ୍ଟରେ ସରକାର ୟୁପିଏସ୍ (ୟୁନିଫାଏଡ୍ ପେନସନ୍ ସ୍କ୍ରିମ୍) ଘୋଷଣା କରିଥିଲେ । ଆସନ୍ତା ଏପ୍ରିଲ ପହିଳାରୁ ପୁରୁଣା ପେନସନ୍ ସ୍କ୍ରିମ୍ (ଓପିଏସ୍) ବଦଳରେ ୟୁପିଏସ୍ କାର୍ଯ୍ୟକାରୀ ହେବ । ଏହାର ପ୍ରଭାବ ପ୍ରାୟ ୨୩ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଉପରେ ପଡ଼ିବା ଏହି ନିୟମ ଅନୁଯାୟୀ, ଅତିକମ୍‌ରେ ୨୫ ବର୍ଷ ଚାକିରି କରିଥିବା କର୍ମଚାରୀମାନେ ସେମାନଙ୍କ ଶେଷ ୧୨ ମାସ ହାରାହାରି ମୂଳ ବେତନର ୫୦% ପେନ୍‌ସନ୍ ପାଇବେ ।

ବ୍ୟାଙ୍କ ଖାତାରେ ସର୍ବନିମ୍ନ ଜମା ରାଶିରେ ମଧ୍ୟ ପରିବର୍ତ୍ତନ ହେବ

ଏପ୍ରିଲ ପହିଲାରୁ କେତେକ ବ୍ୟାଙ୍କ ସେମାନଙ୍କ ଗ୍ରାହକଙ୍କ ପାଇଁ ନୂଆ ସର୍ବନିମ୍ନ ଜମା ନିୟମ କାର୍ଯ୍ୟକାରୀ କରିବେ । ସର୍ବନିମ୍ନ ଜମାରାଶି ଯେଉଁମାନଙ୍କ ଖାତାରେ ନଥିବ ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+