ମୋଦୀଙ୍କ ନିଷ୍ପତ୍ତିକୁ ପ୍ରଶଂସା କଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଏକ୍ସରେ ଲେଖିଲେ ଏମିତି କିଛି

ମୋଦିଙ୍କୁ ପ୍ରଶଂସା କଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଯାହାକୁ ନେଇ ଏବେ ସବୁଠାରେ ଚର୍ଚ୍ଚା ଚାଲିଛି ।କେରଳର ୱାୟନାଡରେ ପ୍ରବଳ ବର୍ଷା ପରେ ଜୁଲାଇ ୩୦ରେ ଘଟିଥିବା ଭୂସ୍ଖଳନ ଘଟଣା ଅଞ୍ଚଳକୁ ଛାରଖାର କରିଦେଇଛି।

narendra modi

ଏଥିରେ ୩୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଶହ ଶହ ଲୋକ ନିଖୋଜ ଅଛନ୍ତି। ଘର ନଷ୍ଟ ହୋଇଯାଇଛି। ଲୋକମାନେ କୌଣସି ପ୍ରକାରେ ନିଜ ପ୍ରିୟଜନ ମିଳିବା ଆଶାରେ ଦିନ ବିତାଉଛନ୍ତି। ଏନେଇ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂସ୍ଖଳନ ପ୍ରଭାବିତ ୱାୟନାଡ ପରିଦର୍ଶନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦ ସକାଳ ପ୍ରାୟ ୧୧ଟାରେ କନ୍ନୁରରେ ପହଞ୍ଚିବେ। ତେବେ ଏହାକୁ ନେଇ ଲୋକ ସଭାର ବିରୋଧୀ ଦଳର ନେତା ତଥା କଂଗ୍ରେସ ଏମପି ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସୋସିଆଲ ମିଡିଆରେ ପ୍ରଶଂସା କରିଛନ୍ତି। ମୋଦିଙ୍କ ଗସ୍ତକୁ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟ କରି ରାହୁଲ କହିଛନ୍ତି, ମୋଦିଜୀ, ଏହି ଦୁଖଦ ଘଟଣା ସମ୍ପର୍କରେ ବ୍ୟକ୍ତିଗତ ଭାବେ ଜାଣିବା ପାଇଁ ୱାୟନାଡରେ ପହଞ୍ଚିଥିବାରୁ ଧନ୍ୟବାଦ। ଏହା ଏକ ଭଲ ନିଷ୍ପତ୍ତି।

ଉକ୍ତ ପୋଷ୍ଟରେ ରାହୁଲ ଗାନ୍ଧୀ ଆହୁରି କହିଛନ୍ତି, ମୁଁ ନିଶ୍ଚିତ ଯେ ଯେତେବେଳେ ପ୍ରଧାନମନ୍ତ୍ରୀ ବିନାଶର ମାତ୍ରା ଦେଖିବେ, ସେତେବେଳେ ସେ ଏହାକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବେ। କହିରଖୁଛୁ ଯେ, ଏହି ଯାତ୍ରା ସମୟରେ ପିଏମ ମୋଦି ରିଲିଫ କ୍ୟାମ୍ପ ଏବଂ ଡାକ୍ତରଖାନା ପରିଦର୍ଶନ କରିବେ। ସେଠାରେ ସେ ଭୂସ୍ଖଳନରେ ପୀଡିତ ଏବଂ ଆହତ ଲୋକଙ୍କୁ ଭେଟିବେ। ଏହା ସହିତ ସେ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+