ବଡ ଘୋଷଣା କଲେ ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ, କହିଲେ ନୂଆ ସରକାରରେ ସିସୋଦିଆ ହେବେ....

ଦିଲ୍ଲୀରେ ଉପନିର୍ବାଚନ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇ ଯାଇଛି। ଫେବୃଆରୀ ୫ରେ ମତଦାନ ହେବାକୁ ଥିବା ବେଳେ ସବୁ ରାଜନୈତିକ ଦଳ ନିର୍ବାଚନୀ ବୈତରଣୀ ପାରି ହେବା ପାଇଁ ସବୁ କଳ ବଲ କୌଶଳ ଖଟାଇ ଦେଇଛନ୍ତି। ଏହା ମଧ୍ୟରେ ରବିବାର ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ବଡ଼ ଘୋଷଣା କରିଛନ୍ତି। ସେ ଜଙ୍ଗପୁରା ପ୍ରଚାର ମଇଦାନରେ କହିଛନ୍ତି ଯେ, ଆମ୍ ଆଦମୀ ପାର୍ଟିର ନୂଆ ସରକାରରେ ମନୀଷ ସିସୋଦିଆ ଉପମୁଖ୍ୟମନ୍ତ୍ରୀ ହେବେ।

Delhi Assembly Election 2025

କେଜ୍ରିଓ୍ଵାଲ୍ କହିଛନ୍ତି, ମନୀଷ ସିସୋଦିଆ ମୋର ସେନାପତି, ସାନ ଭାଇ ଓ ସବୁଠୁ ଆପଣାର ମଣିଷ। ଦିଲ୍ଲୀରେ ପୁଣି ଥରେ ଆପ୍ ସରକାର ଗଠନ ହେଉଛି । ହୋଇପାରେ ଆପ୍‌ର ୨-୪ ସିଟ୍ କମ୍ ଆସିଲେ ମଧ୍ୟ ଆମର ସରକାର କ୍ଷମତାକୁ ଆସିବ। ଆଉ ଏହି ନୂତନ ସରକାରରେ ମନୀଷ ସିସୋଦିଆ ଉପମୁଖ୍ୟମନ୍ତ୍ରୀ ହେବେ।

ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଆପଣ ଲୋକଙ୍କ ବିଧାୟକ ଯଦି ଉପମୁଖ୍ୟମନ୍ତ୍ରୀ ହେବେ ତେବେ ସମସ୍ତ ଅଧିକାରୀ ଗୋଟିଏ କଲ୍‌ରେ କାମ କରିବେ। କୌଣସି ଅଫିସରଙ୍କ ସାହାସ ନାହିଁ, ଯିଏ ଉପମୁଖ୍ୟମନ୍ତ୍ରୀଙ୍କ କଲ୍ ଗ୍ରହଣ କରିବ ନାହିଁ।

ପ୍ରଚାର ସମୟରେ କେଜ୍ରିଓ୍ଵାଲ୍ କହିଛନ୍ତି, ଯେଉଁମାନେ ବିଜୁଳି ବିଲ୍ ଜିରୋ ଚାହୁଁଛନ୍ତି ସେମାନେ ଆପ୍‌କୁ ଭୋଟ୍ ଦିଅନ୍ତୁ ଏବଂ ଯିଏ ମୋଟା ଅଙ୍କର ବିଜୁଳି ବିଲ୍ ଚାହାନ୍ତି ସେମାନେ ବିଜେପିକୁ ଭୋଟ୍ ଦିଅନ୍ତୁ। ବିଜେପି ସର୍ବଦା ମାଗଣା ବିଜୁଳି ବିରୋଧରେ ରହିଛି। ଦିଲ୍ଲୀରେ ବିଧାନସଭା ନିର୍ବାଚନ କେବଳ ଜାତୀୟ ରାଜଧାନୀ ପାଇଁ ନୁହେଁ ବରଂ ସମଗ୍ର ଦେଶ ପାଇଁ ଏହା ଏକ ନିର୍ବାଚନ।

ନିର୍ବାଚନୀ ରଣାଙ୍ଗନରେ ଦୁଇଟି ବିପରୀତ ବିଚାରଧାରାର ପାର୍ଟି ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଆପ୍ ସାଧାରଣ ଜନତାଙ୍କ କଲ୍ୟାଣ ଉପରେ କେନ୍ଦ୍ରିତ ଥିବା ବେଳେ ଅନ୍ୟ ପାର୍ଟି ବଛା ବଛା ଧନୀ ବ୍ୟକ୍ତିଙ୍କୁ ଲାଭ ଦେବା ଉପରେ କେନ୍ଦ୍ରିତ ରହିଥିବା କେଜ୍ରିଓ୍ଵାଲ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+