ସପା ପରେ ଏବେ ଏକାଠି ଲୋକସଭା ନିର୍ବାଚନ ଲଢ଼ିବେ କଂଗ୍ରେସ ଓ ଆପ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶର ସମାଜବାଦୀ ପାର୍ଟି ସହ କଂଗ୍ରେସର ଏକାଠି ନିର୍ବାଚନ ଲଢ଼ିବେ ବୋଲି ସ୍ଥିର ହୋଇଛି । ଏବେ ଆମ୍ ଆଦମୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ସିଟ୍ ବାଣ୍ଟିବା ପ୍ରସଙ୍ଗ ମଧ୍ୟ ସ୍ଥିର ହୋଇଛି । ଲୋକସଭା ନିର୍ବାଚନ ସମ୍ପର୍କରେ ଦୁଇ ଦଳ ମଧ୍ୟରେ ଏକ ଚୁକ୍ତି ହୋଇଛି । ସୂଚନା ଅନୁଯାୟୀ, ଦିଲ୍ଲୀ, ଗୁଜୁରାଟ, ଆସାମ ଏବଂ ହରିୟାଣାର ଆସନ ଉପରେ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ମଧ୍ୟରେ ଆଲୋଚନା ପ୍ରାୟ ଶେଷ ହୋଇଛି। ଏହା ଅଧୀନରେ ଆମ୍ ଆଦମୀ ପାର୍ଟି 4 ଟି ଆସନରେ ଏବଂ କଂଗ୍ରେସ ଦିଲ୍ଲୀରେ 3 ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଗୁଜୁରାଟରେ କଂଗ୍ରେସ ଆମ୍ ଆଦମୀ ପାର୍ଟିକୁ 2ଟି ଆସନ ପ୍ରଦାନ କରୁଥିବାବେଳେ ହରିୟାଣା ଏବଂ ଆସାମରେ ପ୍ରତ୍ୟେକ ସିଟ୍ ଉପରେ ଏକ ଏକ ଚୁକ୍ତି ହୋଇଛି ।

ସୂତ୍ର ଅନୁଯାୟୀ, ଆମ୍ ଆଦମୀ ପାର୍ଟି ଦକ୍ଷିଣ ଦିଲ୍ଲୀ, ଉତ୍ତର-ପଶ୍ଚିମ ଦିଲ୍ଲୀ, ନୂଆଦିଲ୍ଲୀ ଏବଂ ପଶ୍ଚିମ ଦିଲ୍ଲୀର ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଅବଶିଷ୍ଟ ତିନୋଟି ସିଟ୍ ଉତ୍ତର ପୂର୍ବ, ଚାନ୍ଦନୀ ଚୌକ୍ ଏବଂ ପୂର୍ବ ଦିଲ୍ଲୀ କଂଗ୍ରେସକୁ ଦିଆଯାଇଛି। ସେହିପରି ଗୁଜରାଟରେ କଂଗ୍ରେସ ଆମ୍ ଆଦମୀ ପାର୍ଟିକୁ ୨ଟି ସିଟ୍ ଦେଇଥିବା ବେଳେ ହରିଆଣା ଏବଂ ଆସାମରେ ଗୋଟିଏ ଲେଖାଏଁ ସିଟ୍ ଦେଇଛି। ଖୁବଶୀଘ୍ର ଏନେଇ ଅଧିକାରୀକ ରୂପେ ଘୋଷଣା ହୋଇପାରେ।
ଅନ୍ୟପକ୍ଷରେ ପଞ୍ଜାବରେ ଆପୋଷ ସହମତିରେ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ପୃଥକ ଭାବରେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଆମ ମଧ୍ୟରେ କୌଣସି ମତଭେଦ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ପୂର୍ବରୁ କହିଥିଲେ।
ସପା ଏବଂ କଂଗ୍ରେସ ମଧ୍ୟରେ ସିଟ୍ ବାଣ୍ଟିବା ମଧ୍ୟ ସ୍ଥିର ହୋଇଛି
ଏହାପୂର୍ବରୁ ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶରେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ମଧ୍ୟରେ ଆସନ ବାଣ୍ଟିବା ନେଇ ଆଲୋଚନା ଶେଷ ହୋଇଛି। ବୁଧବାର ଉଭୟ ଦଳର ମିଳିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ ରାଜ୍ୟର 80 ଟି ସିଟ୍ ମଧ୍ୟରୁ କଂଗ୍ରେସ 17 ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ସପା ଏବଂ ଏହାର ସହଯୋଗୀମାନେ ବାକି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ।












Click it and Unblock the Notifications