ଯିଏ ‘ବନ୍ଦେ ମାତରମ୍' ଗାଇ ନପାରିବ, ସେ ଭାରତୀୟ ନୁହେଁ; ଆସାମ ମୁଖ୍ୟମନ୍ତ୍ରୀ
ଦିଲ୍ଲୀ ଲାଲକିଲ୍ଲାରେ ବିସ୍ଫୋରଣ ପରେ ସାରା ଦେଶରେ ବଢିଛି ଆକ୍ରୋଶ। ଏହା ଭିତରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ବୟାନ ଖୁବ୍ ଚର୍ଚ୍ଚାର ପରିସରକୁ ଆସିଛି। ସେ କହିଛନ୍ତି, ଯିଏ 'ବନ୍ଦେ ମାତରମ୍' ଗାଇ ନପାରିବ, ସେ ଭାରତୀୟ ନୁହେଁ। ଯିଏ ଭାରତୀୟ ନୁହେଁ, ସେ କେବେ ଭାରତ ମାତାକୁ ନିଜର ମା' ମାନି ପାରିବନି।'
ସେ କହିଛନ୍ତି, ଲୋକେ ଯଦି ଶିକ୍ଷିତ ହେବେ, ତେବେ ଉଗ୍ରବାଦ ଶେଷ ହୋଇଯିବ, ଏଭଳି କୁହାଯାଏ। କିନ୍ତୁ ଏବେ ଦେଖନ୍ତୁ, ଶିକ୍ଷା ତାଙ୍କୁ ଅଧିକ ବିପଦଜନକ କରିଦେଉଛି। ଡାକ୍ତର ହେବା ପରେ ବି କିଛି ଲୋକ ଅଧିକ ମାରାତ୍ମକ ହୋଇ ଯାଆନ୍ତି। ଯଦି କାହାର ଖରାପ ମନୋଭାବ ରହିଛି, ତେବେ ଶିକ୍ଷିତ ହୋଇ ବମ୍ ମଧ୍ୟ ତିଆରି କରିପାରେ। ଶିକ୍ଷିତ ହେବାର ଅର୍ଥ ନୁହେଁ ଭଲ କର୍ମର ଗ୍ୟାରେଣ୍ଟି। ଗିରଫ ହୋଇଥିବା ଡାକ୍ତର 'ଲଭ୍ ଜିହାଦ'ରେ ସାମିଲ ଥିଲା।

କଲେଜରେ ହିନ୍ଦୁ ମହିଳାଙ୍କୁ ଫଶାଇ ମୁସଲମାନ ପୁରୁଷଙ୍କ ସହ ବିବାହ କରୁଥିଲା। ଧର୍ମ ପରିବର୍ତ୍ତନ କରୁଥିଲା। ଏଭଳି ଘଟଣା ଦେଖି ଆମକୁ ସବୁ ଆଡୁ ସତର୍କ ରହିବା ଦରକାର। ଆମେ ଟିକେ ଦୁର୍ବଳ ପଡିଲେ, ବହୁତ ବଡ଼ ଘଟଣା ଘଟିପାରେ। ଆମକୁ ପହଲଗାମ୍ ଓ ଦିଲ୍ଲୀଠାରୁ ଶିକ୍ଷା ନେବା ଦରକାର।
ଉଲ୍ଲେଖନୀୟ ଯେ, ଆସାମ ମୁଖ୍ୟମନ୍ତ୍ରୀ ଗୌହାଟିରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି। ସେ କହିଛନ୍ତି, କଂଗ୍ରେସ ଲୋକ କୁହନ୍ତି ମହିଳାଙ୍କୁ ଦିଆଯାଇଥିବା ୧୦ ହଜାର ଟଙ୍କାର ଉପହାର ବେକାର। କିନ୍ତୁ ଯେତେବେଳେ ସେମାନେ ଲୁଙ୍ଗି, ଧୋତି ବାଣ୍ଟନ୍ତି, କ'ଣ ଟଙ୍କା ନଷ୍ଟ କରନ୍ତି ନାହିଁ ? ମହିଳାଙ୍କୁ ୧୦ ହଜାର ଟଙ୍କା ଉପହାରରେ ଦେବା କ'ଣ ଭୁଲ ?












Click it and Unblock the Notifications