୫୦୦ ଟଙ୍କିଆ ନୋଟରେ ଅନୁପମ ଖେର !
Viral News: ୫୦୦ ଟଙ୍କିଆ ନୋଟରେ ମହାତ୍ମା ଗାନ୍ଧୀଙ୍କ ବଦଳରେ ବଲିଉଡ ଅଭିନେତା ଅନୁପମ ଖେରଙ୍କ ଫଟୋ ଲାଗିଥିବା ଦେଖିବାକୁ ମିଳିଥିଲା । ଏପରି ନୋଟ୍ ଦେଇ ପ୍ରାୟ ୨ କିଲୋ ସୁନା ଠକି ନେଇଥିବା ଅଭିଯୋଗ ହୋଇଛି । ଏପରି ଘଟଣା ଗୁଜୁରାଟ ଅହମ୍ମଦାବାଦରେ ଘଟିଛି ।

ଗୁଜୁରାଟ ଅହମ୍ମଦାବାଦର ନବରଙ୍ଗପୁରା ଥାନା ଅଞ୍ଚଳର ଏକ ଜୁଏଲାରୀ ଦୋକାନକୁ କିଛି ଦୃର୍ବୁତ୍ତ ୨୧୦୦ ଗ୍ରାମ ସୁନା କିଣିବାକୁ ଆସି ୧ କୋଟି ୩୦ ଲକ୍ଷର ନକଲି ଟଙ୍କା ଦେଇଥିଲେ ଅଭିଯୁକ୍ତ । ଏହି ନୋଟରେ ଗାନ୍ଧୀଙ୍କ ଫଟୋ ବଦଳରେ ଅଭିନେତା ଅନୁପମ ଖେରଙ୍କ ଫଟୋ ଏବଂ ରିଜର୍ଭ ବ୍ୟାଙ୍କ ବଦଳରେ ରେସୋଲ ବ୍ୟାଙ୍କ ଅଫ୍ ଇଣ୍ତିଆ ଲେଖାଯାଇଥିବାର ଦେଖିବା ପାଇଁ ମିଳିଥିଲା ।
ନୋଟ ଗଣିବା ସମୟରେ ଏପରି ନକଲି ନୋଟ ବିଷୟରେ ଜଣା ପଡିଥିଲା । ଯାହା ପରେ ଉକ୍ତ ସୁନା ଦୋକାନି ଥାନାରେ ଏକ ମାମଲା ରୁଜୁ କରିଥିଲେ । ସିସିଟିଭି ଫୁଟେଜ ଆଧାରାରରେ ବର୍ତ୍ତମାନ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ନକଲି ନୋଟ ଭାଇରାଲ ହେବାରେ ଲାଗିଛି । ଯାହା ପରେ ଜଣେ ସୋସିଆଲ ମିଡିଆ ୟୁଜର୍ ଅନୁପମ ଖେରକୁ କହିଛନ୍ତି ଆପଣ ଚୁଟି ଲଗାନ୍ତୁ ନଚେତ୍ ଏପରି କଫ୍ୟୁଜନ ହେବ । ସେହିପରି ଅଭିନେତା ଏହି ନ୍ୟୁଜ୍ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଏଠି କିଛି ବି ସମ୍ଭବ ।












Click it and Unblock the Notifications