ପ୍ରଭାବହୀନ ହେଉଛି ଆଣ୍ଟିବାୟୋଟିକ୍, ICMR ଦେଲା ଚେତାବନୀ
ନୂଆଦିଲ୍ଲୀ: ନିମୋନିଆ ଏବଂ ସେପସିସ୍ ଭଳି ରୋଗ ପାଇଁ ବ୍ୟବହୃତ କାର୍ବାପେନେମ୍ ନାମକ ଏକ ଆଣ୍ଟିବାୟୋଟିକ୍ ବର୍ତ୍ତମାନ ପ୍ରଭାବହୀନ ହୋଇଛି । ଦେଶର ଅଧିକାଂଶ ରୋଗୀ ଏହି ଔଷଧରୁ ଆଉ ଉପକୃତ ହୋଇ ପାରୁ ନାହାନ୍ତି ।
ଆଇସିଏମଆର ନୂତନ ରିପୋର୍ଟରୁ ଏହା ଜଣାପଡିଛି ଯେ ଆଣ୍ଟିବାୟୋଟିକ୍ ଧୀରେ ଧୀରେ ପ୍ରଭାବହୀନ ପ୍ରମାଣିତ ହେଉଛି । ଶୁକ୍ରବାର ପ୍ରକାଶ ପାଇଥିବା ଅଧ୍ୟୟନରୁ ଜଣାପଡିଛି ଯେ ଆଣ୍ଟିମାଇକ୍ରୋବାୟଲ୍ ଔଷଧର ଅପବ୍ୟବହାର ହେଉ, ଆଣ୍ଟିବାୟୋଟିକ୍, ଆଣ୍ଟିଭାଇରାଲ୍ କିମ୍ବା ଆଣ୍ଟିଫଙ୍ଗାଲ୍ ହେଉ, ଏହି ଔଷଧ ପ୍ରତିରୋଧ କରିବାରେ ଲାଗିଛି ।

ଆଂଟିବାୟୋଟିକର ଭୂଲ ପ୍ରୟୋଗ ଏହାର ଏକ କାରଣ ଭାବେ ବିବେଚନା କରାଯାଉଛି । ଆଣ୍ଟିଭାଇରାଲ ଓ ଆଣ୍ଟିଫଙ୍ଗଲ ପ୍ରତି ଏହି ଔଷଧ ଆଉ ପୂର୍ବଭଳି କାର୍ଯ୍ୟ କରୁ ନାହିଁ । ଭାରତୀୟ ଆର୍ୟୁବିଜ୍ଞାନ ଅନୁସନ୍ଧାନ ପରିଷଧ ୧ ଜାନୁୟାରୀରୁ ୩୧ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ଦେଶର ୨୧ଟି ପ୍ରତିଷ୍ଠିତ ଡାକ୍ତରଖାନାରୁ ଡାଟା ଏକତ୍ର କରିଥିଲେ । ଏହାକୁ ବିଶ୍ଲେଷଣ କରିବା ପରେ ଉପରୋକ୍ତ ତଥ୍ୟ ସମ୍ମୁଖକୁ ଆସିଛି । ୨୦୧୭ ରିପୋର୍ଟରେ ଇ କୋଲୀ ସଂକ୍ରମଣରେ ୧୦ରୁ ୮ଜଣ ରୋଗୀ କାର୍ବୋପେନନରେ ଠିକ ହୋଇଥିଲେ । ୨୦୨୨ ରିପୋର୍ଟରେ ଏହା ୬କୁ ଖସି ଆସିଛି ।
ଗବେଷଣାରେ ଉଭୟ ରୋଗୀ ଏବଂ ଡାକ୍ତରଙ୍କୁ ସତର୍କତା କରାଯାଇଛି । ଭାରତରେ ୬୦ ପ୍ରତିଶତ ପ୍ରତିରୋଧ କ୍ଷମତା ଥିଲେ ମଧ୍ୟ ଡାକ୍ତର ଆଂଟିବାୟୋଟିକ ବ୍ୟବହାର କରିବା ପାଇଁ ଲେଖି ଦେଇଥାନ୍ତି । ଯାହାକି ଗ୍ରହଣୀୟ ନୁହେଁ । ବିଦେଶରେ ୧୦ରୁ ୨୦ ପ୍ରତିଶତ ପ୍ରତିରୋଧ କ୍ଷମତା ରହିଲେ ରୋଗୀଙ୍କୁ ଏହା ପ୍ରଦାନ କରାଯାଇଥାଏ । ଔଷଧ ଦୋକାନରୁ ମନଇଚ୍ଛା କିଣି କରି ଖାଇବା ମଧ୍ୟ ଏହାର ଏକ ପ୍ରମୁଖ କାରଣ ବୋଲି ରିପୋର୍ଟରେ ଉଲ୍ଳେଖ କରାଯାଇଛି ।












Click it and Unblock the Notifications