ଓଡ଼ିଶାର ୧୭ ସାଂସଦ ଓ ବିଧାୟକଙ୍କ ସମେତ ଦେଶର ୧୫୧ ଜଣ ସାଂସଦ ଓ ବିଧାୟକଙ୍କ ବିରୋଧରେ ମହିଳା ବିରୋଧୀ ହିଂସା ମାମଲା

ଦେଶର ୧୫୧ ଜଣ ସାଂସଦ ଓ ବିଧାୟକଙ୍କ ବିରୋଧରେ ମହିଳା ବିରୋଧୀ ହିଂସା ମାମଲା ରହିଛି । ଏପରିକି ୧୬ଜଣ ସାଂସଦ ଓ ବିଧାୟକଙ୍କ ବିରୋଧରେ ବଳାତ୍କାର ଭଳି ଜଘନ୍ୟ ମାମଲା ରହିଥ‌ିବା ଆସୋସିଏସନ୍ ଫର ଡେମୋକ୍ରାଟିକ ରିଫର୍ମ୍ମ (ଏଡିଆର) ଓ ନ୍ୟାସନାଲ ଇଲେକସନ୍ ୱାଚ (ଏନଇଡବ୍ଲ୍ୟୁ) ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଓଡ଼ିଶାର ୧୭ ସାଂସଦ ଓ ବିଧାୟକଙ୍କ ବିରୋଧରେ ମହିଳା ବିରୋଧୀ ମାମଲା ରହିଥ‌ିବା ଜଣାପଡ଼ିଛି । ଦେଶର ୪୬୯୩ ସାଂସଦ

Anti-women violence
ଓ ବିଧାୟକଙ୍କ ୫ବର୍ଷର ରେକର୍ଡକୁ ଯାଞ୍ଚ କରାଯାଇ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି ।

ସାଂସଦ ଓ ବିଧାୟକମାନେ ନିର୍ବାଚନ ଆୟୋଗଙ୍କ ନିକଟରେ ୧୫୧ ସାଂସଦ, ବିଧାୟକଙ୍କ ବିରୋଧରେ ଅଭିଯୋଗ: ଏଡିଆର୍
ଦାଖଲ କରିଥିବା ସତ୍ୟପାଠରେ ନିଜର ଅପରାଧ ପୃଷ୍ଠଭୂମି ସମ୍ପର୍କରେ ଜଣାଇଥାନ୍ତି । ଏହି ସତ୍ୟପାଠରୁ ଜଣାପଡିଛି ଯେ ୧୬ ସାଂସଦ ଓ ୧୩୫ ବିଧାୟକଙ୍କ ବିରୋଧରେ ମହିଳା ବିରୋଧୀ ମାମଲା ରହିଛି। ବିଜେପିର ୫୪ ସାଂସଦ ଓ ବିଧାୟକଙ୍କ ବିରୋଧରେ ଏଭଳି ମାମଲା ରହିଥ‌ିବାବେଳେ କଂଗ୍ରେସର ୨୩, ଟିଡିପିର ୧୭ ନେତାଙ୍କ ବିରୋଧରେ ମହିଳା ବିରୋଧୀ ମାମଲା ରହିଛି । ପଶ୍ଚିମବଙ୍ଗର ସର୍ବାଧିକ ୨୫ ଜନପ୍ରତିନିଧ‌ିଙ୍କ ବିରୋଧରେ ମହିଳା ବିରୋଧୀ ମାମଲା ରହିଥ‌ିବାବେଳେ ଏହା ପଛକୁ ଆନ୍ଧ୍ରପ୍ରଦେଶ ୨୧ ଜଣଙ୍କ ବିରୋଧରେ ମାମଲା ରହିଛି । ଦୁଇ ସାଂସଦ ଓ ୧୪ ବିଧାୟକଙ୍କ ବିରୋଧରେ ବଳାତ୍କାର ମାମଲା ରହିଥ‌ିବା ପ୍ରକାଶ ।

ଉଭୟ ବିଜେପି ଓ କଂଗ୍ରେସର ୫ ଜଣ ଲେଖାଏଁ ବିଧାୟକ ଦୁଷ୍କର୍ମ ଅଭିଯୋଗର ସମ୍ମୁଖୀନ ହୋଇଛନ୍ତି। ଏହି ରିପୋର୍ଟରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ଥିବା ଅଦାଲତ ମାମଲାକୁ ତ୍ବରାନ୍ବିତ କରିବା, ପୁଲିସ ଦ୍ବାରା ସମ୍ପୂର୍ଣ୍ଣ ତଦନ୍ତକୁ ସୁନିଶ୍ଚିତ କରିବାକୁ ଆହ୍ବାନ ଦିଆଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+