ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ରେ ଆଣ୍ଟି କ୍ଲାଇମ୍ବିଂ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇଛି; ଅଶ୍ୱିନୀ ବୈଷ୍ଣବ
ଯାତ୍ରୀ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ବନ୍ଦେ ଭାରତ ଟ୍ରେନ୍ଗୁଡ଼ିକରେ ଉନ୍ନତ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ଲେକସଭାରେ ଆଜି ପ୍ରଶ୍ନକାଳରେ ଉତ୍ତର ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି, ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ରେ ଆଣ୍ଟି କ୍ଲାଇମ୍ବିଂ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇଛି ।

ଦୁର୍ଘଟଣାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ସ୍ୱଦେଶୀ ଭାବରେ ବିକଶିତ 'କବଚ' ସ୍ୱୟଂଚାଳିତ ସୁରକ୍ଷା ପ୍ରଣାଳୀକୁ କାର୍ଯ୍ୟକାରୀ କରାଯାଇଛି । କେତେକ ସ୍ଥାନରେ ରେଳପଥର ଉଭୟ ପାଶ୍ୱର୍ରେ ସୁରକ୍ଷା ବାଡ଼ ଦିଆଯିବା ସହ ଉଚ୍ଚକ୍ଷମତାସଂପନ୍ନ କ୍ୟାମେରା ଲଗାଯାଇଛି । ରେଳ ପ୍ରକଳ୍ପ ଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ରାଜ୍ୟଗୁଡ଼ିକୁ ଅନୁରୋଧ କରାଯାଇଥିବା ଶ୍ରୀ ବୈଷ୍ଣବ ଗୃହରେ ସୂଚନା ଦେଇଛନ୍ତି ।












Click it and Unblock the Notifications