ଟଳିଗଲା ବଡ଼ ଅଘଟଣ, ପୁଣି ଟ୍ରେନ୍‌ ଟ୍ରାକ୍‌ରୁ ମିଳିଲା ଗ୍ୟାସ୍‌ ସିଲିଣ୍ଡର

ଲକ୍ଷ୍ନୌ : ପୁଣି ଟ୍ରେନ୍‌ ଟ୍ରାକ୍‌ରୁ ଏକ ଗ୍ୟାସ୍‌ ସିଲିଣ୍ଡର୍‌ ମିଳିଛି। ଦୁର୍ବୃତ୍ତମାନେ ଟ୍ରାକ୍‌ରେ ସିଲିଣ୍ଡର ରଖି ଏକ ବଡ଼ ଧରଣର ଅଘଟଣ ଘଟାଇବାକୁ ଯୋଜନା କରିଥିଲେ। ତେବେ ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ଏହି ବିପଦ ଟଳି ଯାଇଛି । ଗତ କିଛି ଦିନ ହେବ କାନପୁରରୁ ଏହା ହେଉଛି ଦ୍ୱିତୀୟ ଷଡଯନ୍ତ୍ର। ଉତ୍ତରପ୍ରଦେଶ ଷ୍ଟେଶନ ରେଳ ଟ୍ରାକରୁ ଗ୍ୟାସ୍‌ ସିଲିଣ୍ଡର ଜବତ ହୋଇଛି।

କାନପୁରରୁ ଏକ ମାଲ୍‌ବାହୀ ଟ୍ରେନ୍‌ ପ୍ରୟାଗରାଜ ଯାଉଥିବା ଲୋକୋ ପାଇଲଟଙ୍କ ନଜରରେ ପଡ଼ିଥିଲା ସିଲିଣ୍ଡର । ସେ ସଙ୍ଗେ ସଙ୍ଗେ ଟ୍ରେନ୍‌ଟିକୁ ଅଟକାଇ ଦେଇଥିଲେ। ଉପସ୍ଥିତି ବୁଦ୍ଧି ଯୋଗୁଁ ଫଳରେ ବଡ଼ ଅଘଟଣ ଟଳି ଯାଇଛି। ଖବର ପାଇ ଆର୍‌ପିଏଫ୍‌ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ୍‌ ସିଲିଣ୍ଡର ଜବତ କରି ତଦନ୍ତ ଚଳାଇଛି। କିଛି ଦିନ ପୂର୍ବରୁ ସାବରମତୀ ଏକ୍ସପ୍ରେସର ଇଞ୍ଜିନ ଏବଂ ୨୦ଟି କୋଚ୍‌ ଟ୍ରାକ୍‌ରୁ ଲାଇନ୍‌ଚ୍ୟୁତ ହୋଇଥିଲା।

Gas Cylinder train track

ସେହି ମାମଲାରେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏକ ଏଫ୍‌ଆଇଆର୍‌ ଦାଖଲ କରାଯାଇଥିଲା। ଗୁଜରାଟର ସୁରଟ ନିକଟରେ ରେଳ ଟ୍ରାକ୍‌ରେ ଥିବା ଫିସ୍‌ ପ୍ଲେଟ ଏବଂ ଚାବି ରଖାଯାଇଥିଲା। ଏହି ଘଟଣା ଶନିବାର ଘଟିଥିବା ବେଳେ ଆଜି ଟ୍ରାକ୍‌ରୁ ଗ୍ୟାସ୍‌ ସିଲିଣ୍ଡର ମିଳିଥିବା ଅଧିକାରୀମାନେ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+