କୋଟାରେ ପୁଣି ଛାତ୍ରଙ୍କ ଆତ୍ମହତ୍ୟା, ୨୦୨୪ର ଚତୁର୍ଥ ଘଟଣା
Another Student Dies By Suicide In Rajasthan's Kota: ପୁଣି ରାଜସ୍ଥାନ କୋଟାରେ ଛାତ୍ରଙ୍କ ଆତ୍ମହତ୍ୟା । 2024ର ଏହା ଚତୁର୍ଥ ଘଟଣା । ତେବେ ଅନେକ ଲୋକ କୋଟାକୁ ସୁଇସାଇଡ୍ ହବ୍ ବୋଲି କହବା ମଧ୍ୟ ଆରମ୍ଭ କଲେଣି, କାରଣ ଏଠାରେ ଛାତ୍ର ଆତ୍ମହତ୍ୟାରେ ବ୍ରେକ୍ ଲାଗୁ ନାହିଁ । ଯାହା ସାଧାରଣରେ ଏକ ବଡ଼଼ ଚିନ୍ତାର ବିଷୟ ପାଲଟିଛି ।
ସୂଚନା ଅନୁସାରେ, ମୃତ ଛାତ୍ରଜଣକ କୋଟାରେ ରହି ଜେଇଇ ପାଇଁ ପ୍ରସ୍ତୁତ ହେଉଥିଲେ ଏବଂ ସେ ଦ୍ୱାଦଶ ଶ୍ରେଣୀର ଛାତ୍ର । ଆଜି ସକାଳେ ତାଙ୍କ ପରିବାର ଲୋକେ ବାରମ୍ବାର କଲ୍ କରିଥିଲେ ହେଲେ ଛାତ୍ର ଜଣକ ଫୋନ୍ ଉଠାଇ ନଥିଲେ । ଯାହା ପରିବାର ଲୋକେ ତୁରନ୍ତ ହଷ୍ଟେଲ ୱାର୍ଡେନଙ୍କ ନିକଟକୁ ଫୋନ୍ କରିଥିଲେ । ଯାହାରେ ୱାର୍ଡେନଜଣକ ଉକ୍ତ ଛାତ୍ରଙ୍କ ରୁମରେ ଯାଇ ଦେଖିଥିଲେ ସେତେବେଳ ଛାତ୍ରଙ୍କର ମୃତ୍ୟୁ ହୋଇସାରିଥିଲା ।

ଯାହାପରେ ପୋଲିସ ମୃତ ଛାତ୍ରଙ୍କ ପରିବାର ସହ ପୋଲିସକୁ ମଧ୍ୟ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ତେବେ ଆତ୍ମହତ୍ୟା କରିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ପରିବାର ପକ୍ଷରୁ ମଧ୍ୟ କୌଣସି ସୂଚନା ବର୍ତ୍ତମାନ ପର୍ଯ୍ୟନ୍ତ ମିଳି ନାହିଁ ।
ସୂଚନାଥାଉ ଯେ, ଏହା ଚଳିତ ବର୍ଷ ଚତୁର୍ଥ ଘଟଣା । ଏହା ପୂର୍ବରୁ ଜାନୁଆରୀ ୨୯ରେ ଜେଇଇ ପାଇଁ ପ୍ରସ୍ତୁତ ହେଉଥିବା ନିହାରିକା ସିଂହ ଆତ୍ମହତ୍ୟା କରିଥିଲେ । ସେହିପରି ଜାନୁଆରୀ ମାସରେ ଉତ୍ତରପ୍ରଦେଶର ମହମ୍ମଦ ଜୈଦ ନାମକ ଛାତ୍ର ଆତ୍ମହତ୍ୟା କରିଥିଲେ । ସେ କୋଟାରେ ରହି ଇଂଜିନିୟରିଂ ପ୍ରବେଶିକ ପରୀକ୍ଷା ଜେଇଇ ମେନ୍ ଲାଗି ପ୍ରସ୍ତୁତ ହେଉଥିଲେ। ଏହାପରେ ନୂର ମହମ୍ମଦ ନାମକ ଜଣେ ଛାତ୍ର ଆତ୍ମହତ୍ୟା କରିଥିଲେ । ତେବେ ଚଳିତ ବର୍ଷ ଛାତ୍ରଙ୍କ ବଢୁଥିବା ଆତ୍ମହତ୍ୟା ଘଟଣା ପୁଣି ଚିନ୍ତାର କାରଣ ସାଜିଛି ।












Click it and Unblock the Notifications