ମଧ୍ୟପ୍ରଦେଶ କୁନୋରେ ପୁଣି ଆଉ ଏକ ଆଫ୍ରିକୀୟ ଚିତାର ମୃତ୍ୟୁ
ଭୋପାଲ:ଆଖି ବୁଜିଲା ଆଉ ଏକ ଆଫ୍ରିକୀୟ ଚିତା 'ଉଦୟ' । ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ଉଦୟ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଚିକିତ୍ସିତ ହେଉଥିଲା, ଚିକିତ୍ସା ସମୟରେ ଚିତାଟିର ମୃତ୍ୟୁ ହୋଇଥିଲା । ବନ ବିଭାଗର ରାଜ୍ୟ ମୁଖ୍ୟ କନେଷ୍ଟବଳ ଜେଏସ ଚୌହାନ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ତେବେ ଚିତା ଉଦୟର କେମିତି ମୃତ୍ୟୁ ଘଟିଲା ତାହା ସ୍ପଷ୍ଟ ହୋଇନାହିଁ ।
ପୂର୍ବରୁ ମାର୍ଚ୍ଚ ୨୭ରେ କିଡନୀ ସଂକ୍ରମଣ ଯୋଗୁଁ ପ୍ରାଣ ହରାଇଥିଲା ପାଞ୍ଚ ବର୍ଷ ବୟସ୍କା ଚିତା 'ଶାଶା' । ଅନୁସନ୍ଧାନରୁ ଏହା ଜଣାପଡିଥିଲା ଯେ, ଯେତେବେଳେ ଶାଶାକୁ ଭାରତ ଅଣାଯାଇଥିଲା, ସେତେବେଳେ ତାର କିଡନୀ ଜନିତ ସମସ୍ୟା ଥିଲା । ଉଦୟର ମୃତ୍ୟୁ ପରେ କୁନୋରେ ଅଛନ୍ତି ୧୮ ଚିତାବାଘ, ୪ ଶାବକ ।

ଚିତା ପ୍ରୋଜେକ୍ଟ ଅଧିନରେ ୨ଟି ପର୍ଯ୍ୟାୟରେ ନାମିବିଆ ଓ ଦକ୍ଷିଣ ଆଫ୍ରିକାରୁ ୨୦ଟି ଚିତା ଅଣାଯାଇ କୁନୋରେ ଛଡାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ୮ଟି ଏବଂ ଦ୍ୱିତୀୟ ପର୍ଯ୍ୟାୟର ୧୨ଟି ଚିତା ଅଣାଯାଇଥିଲା । ଚଳିତ ବର୍ଷ ମାର୍ଚ୍ଚ ୨୭ରେ ଚିତା ଶାଶାର ମୃତ୍ୟୁ ଘଟିଥିଲା ଏବଂ ଗତକାଲି ଆଉ ଏକ ଆଫ୍ରିକିୟ ଚିତା ଉଦୟର ମୃତ୍ୟୁ ହୋଇଛି ।
ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନ ଅବସରରେ ଗତ ବର୍ଷ ସେପ୍ଟେମ୍ବର ୧୭ରେ କୁନୋ ଜାତୀୟ ଉଦ୍ୟାନରେ ନାମିବିଆରୁ ଅଣାଯାଇଥିବା ୮ଟି ଚିତାଙ୍କୁ ଛାଡିଥିଲେ ।
ସୂଚନାଥାଉ ଯେ, ୧୯୫୨ ମସିହାରେ ଭାରତରେ ଚିତା ବିଲୁପ୍ତ ହୋଇଯାଇଥିଲା, ଏହା ପରେ ଆଫ୍ରିକାର ନାମିବିଆରୁ ୮ଟି ଚିତା ଭାରତକୁ ପ୍ରୋଜେକ୍ଟ ଚିତା ଅଧୀନରେ ଅଣାଯାଇଥିଲା, ଜଙ୍ଗଲ ପରିବେଶର ଉନ୍ନତି ଲକ୍ଷ୍ୟରେ ଭାରତ ସରକାର ଏହି ଚିତାଗୁଡ଼ିକୁ ଭାରତକୁ ଆଣିଥିଲେ ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications