କଫ ସିରପ ଚୋରା ଚାରଣ ମାମଲାରେ ଆଉ ଜଣେ ଗିରଫ

ଉତ୍ତର ପ୍ରଦେଶର ସୋନଭଦ୍ର ପୁଲିସକୁ ବଡ଼ ସଫଳତା। କୋଡିନ କଫ୍ ସିରପ୍ ଚୋରା ଚାଲାଣ ମାମଲାରେ ଦ୍ୱିତୀୟ ସବୁଠୁ ବଡ଼ କାର୍ଯ୍ୟାନୁଷ୍ଠାନ ପୂର୍ବକ, ମାଷ୍ଟରମାଇଣ୍ଡ ଶୁଭମ୍ ଜାୟସୱାଲଙ୍କ ବାପା ତଥା ଝାଡ଼ଖଣ୍ଡର ଶୈଳୀ ଟ୍ରେଡର୍ସର ମାଲିକ ଭୋଳା ପ୍ରସାଦ ଗିରଫ। ପୁଲିସ ତାଙ୍କୁ କୋଲକାତା ଏୟାରପୋର୍ଟରୁ ଧରିଛି, ଯେଉଁଠି ସେ ଥାଇଲାଣ୍ଡ ଫେରାର ହେବାକୁ ଚେଷ୍ଟା କରୁଥିଲେ। ତାଙ୍କର ଗିରଫଦାରୀକୁ ଏହି ପୂରା କେସ୍ର ଏବେସୁଦ୍ଧା ସବୁଠୁ ବଡ଼ ଗୁରୁତ୍ତ୍ୱପୂର୍ଣ୍ଣ ଲିଙ୍କ୍ ମଧ୍ୟରୁ ଗୋଟିଏ ମନେକରାଯାଉଛି।

ପୁଲିସ ଯାଞ୍ଚରେ ସାମ୍ନାକୁ ଆସିଛି ଯେ, ଶୁଭମ ଜାୟସୱାଲ କୋଡିନ ସିରପ୍ର ସପ୍ଲାଇ ଶୈଳୀ ଟ୍ରେଡର୍ସ, ଯାହାକି ଭୋଳା ପ୍ରସାଦଙ୍କ ନାମରେ ରେଜିଷ୍ଟର୍ଡ, ଏହା ମାଧ୍ୟମରେ କରୁଥିଲେ। ପୁଲିସ ତାଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ନେଇ ସୋନଭଦ୍ର ଆଣିବାକୁ ପ୍ରକ୍ରିୟା ପୂରା କରିସାରିଛି। ରବର୍ଟସଙ୍ଗଜ ଥାନାର ଆନୁଷ୍ଠାନିକତା ପରେ ତାଙ୍କୁ ଜେଲ୍ ପଠାଯିବ।

arrest

ଏହା ପୂର୍ବରୁ ପୁଲିସ ଅମିତ ସିଂହ ଟାଟାଙ୍କୁ ଗିରଫ କରି ସାରିଛି। ଭୋଳା ପ୍ରସାଦଙ୍କର ଗିରଫକୁ କେସ୍‌ର ବଡ଼ ସଫଳତା ମନେକରାଯାଉଛି। ସୂଚନା ମୁତାବିକ , ଶୁଭମ୍ ଜାୟସୱାଲ ଓ ଅମିତ ସିଂହ ଓରଫ ଟାଟାର ଗ୍ୟାଙ୍ଗ ଝାଡ଼ଖଣ୍ଡରୁ ନେଇ ବିହାର ,ପଶ୍ଚିମବଙ୍ଗ ଓ ବାଂଲାଦେଶ ପର୍ଯ୍ୟନ୍ତ କୋଡିନ କଫ୍ ସିରପ୍ର ସପ୍ଲାଇର ପୂରା ନେଟୱର୍କ ପରିଚାଳନା କରୁଥିଲେ। ଏହି ରାକେଟ୍କୁ ନେଇ ବାରଣାସୀ କୋତବାଲୀରେ ଏଫଆଇଆର ରୁଜୁ ହୋଇଛି ,ଯେଉଁଥିରେ ମାଷ୍ଟରମାଇଣ୍ଡ ଶୁଭମ, ତାଙ୍କର ବାପା ଭୋଳା ପ୍ରସାଦଙ୍କ ସହ ମୋଟ ୨୮ ଜଣ ଲୋକଙ୍କୁ ଅଭିଯୁକ୍ତ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+