ପୁଣି ଆଉ ଏକ ନୂଆ ଅଧ୍ୟାୟ ହେବ ସୃଷ୍ଟି, ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରେକୁ ଯିବେ ଶୁଭାଂଶୁ

ଆକ୍ସିଅମ୍ ମିଶନ ମାଧ୍ୟମରେ ଭାରତୀୟ ବାୟୁସେନା ଗ୍ରୁପର କ୍ୟାପଟେନ ଶୁଭାଂଶୁ ଶୁକ୍ଳା ଆସନ୍ତା ମେ ମାସରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯିବେ । ଯାହା ଫଳରେ ୪୦ ବର୍ଷ ପରେ ଭାରତର ଏହି ସ୍ବପ୍ନ ପୂରଣ ହେବ ।
ଭାରତୀୟ ବାୟୁସେନା ଗ୍ରୁପର କ୍ୟାପଟେନ ଶୁଭାଂଶୁ ଶୁକ୍ଳା ମେ ମାସରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ଯାତ୍ରା କରିବେ ।

Shubhasansu

ଆକ୍ସିଅମ୍ ମିଶନ ମାଧ୍ୟମରେ ସେ ମହାକାଶ ଯାତ୍ରା କରିବେ । ଏହି ଅଭିଯାନ ଜରିଆରେ ଆଗାମୀ ଦିନରେ ଭାରତ ମହାକାଶ ଯାତ୍ରା କ୍ଷେତ୍ରରେ ଦ୍ବିତୀୟ ସ୍ଥାନରେ ରହିବ । ଏହି ଯାତ୍ରାରେ ଅନ୍ୟ ୪ଟି ଦେଶର ଅନ୍ତରୀକ୍ଷ ଯାତ୍ରୀ ମଧ୍ୟ ସାମିଲ ରହିବେ । ଶୁଭାଂଶୁ ଶୁକ୍ଳାଙ୍କ ପୂର୍ବରୁ ଭାରତର ରାକେଶ ଶର୍ମା ୧୯୮୪ ମସିହାରେ ମହାକାଶ ଯାତ୍ରା କରିଥିଲେ ।

ଏହି ମିଶନ ୧୪ ଦିନ ଧରି ଚାଲୁ ରହିବ । ଏହି ମିଶନ ପ୍ରକ୍ରିୟାକୁ ବୈଜ୍ଞାନିକ ପଦ୍ଧତିରେ ପରୀକ୍ଷଣ କରାଯିବ । ସ୍ପେସଏକ୍ସ ଡ୍ରାଗନ କ୍ୟାପସୁଲରେ ମହାକାଶକୁ ଯାତ୍ରା କରିବେ । ଏହାର ଉତକ୍ଷେପଣ ଆମରିକାର ନାସାରୁ କରାଯିବ । ଏହି ଯାନର ସମସ୍ତ ପ୍ରସ୍ତୁତି ପରେ ଉତକ୍ଷେପଣର ତାରିଖ ଧାର୍ଯ୍ୟ କରାଯିବ । କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି । ମହାକାଶ ଯାତ୍ରାରେ ଭାରତ ଏକ ନିର୍ଣ୍ଣାୟକ ଅଧ୍ୟାୟରେ ପ୍ରବେଶ କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+