ପ୍ରେମ ବୋଲ ମାମୁନି: ସୀମା ହାଇଦର ଭଳି ପାକିସ୍ତାନୀ ପ୍ରେମିକ ପାଇଁ ଭାରତ ସୀମା ଡେଇଁଲେ ଅଞ୍ଜୁ
ପ୍ରେମ ଆଉ ଜମା ବୋଲ ମାନୁନି । ସବୁ ସୀମା ଲଂଘିଲାଣି ପ୍ରେମ। ଦେଶ ଛାଡ଼ି କିଏ ଭାରତ ଆସୁଛି ତ କିଏ ପାକିସ୍ଥାନ । ଏମିତି ଭଲ ପାଉଛନ୍ତି ଯେ ଦେଶ ଉଠୁଛି ଆଉ ପଡୁଛି । ଆଉ ପୁଣି ସେଥିପାଇଁ ଗୁଡେ କିଳା । ପୁରା ସାଙ୍ଘାତିକ। ଏମିତିକି ଜାତୀୟ ତଦନ୍ତକାରୀ ସଂସ୍ଥାବି ଟେନସନ୍। ଖବରକାଗଜ ବା ଟିଭିରେ ଖାଲି ସୀମା ଆଉ ସୀମା।
ତେବେ ସୀମା ଟେନସନ୍ ଥିବା ବେଳେ ନୂଆ ଆସିଛନ୍ତି ଅଞ୍ଜୁ । ଫେସ୍ବୁକ୍ ବନ୍ଧୁଙ୍କ ପ୍ରେମରେ ପଡ଼ି ରାଜସ୍ଥାନର ଭିୱାଡ଼ି ଜିଲ୍ଲାରେ ରହୁଥିବା ଅଞ୍ଜୁ ସିଧା ପାକିସ୍ତାନରେ। ଫେସ୍ବୁକ ପ୍ରେମିକଙ୍କୁ ଭେଟିବା ପାଇଁ ସେ ପାକିସ୍ତାନରେ ପହଞ୍ଚି ଯାଇଛନ୍ତି।
ପ୍ରେମୀ ନସ୍ରୁଲ୍ଲାହଙ୍କ ସହ ଏବେ ଅଞ୍ଜୁ ପାକିସ୍ତାନର ଖୈବର ପଙ୍ଖତୁନଖ୍ବାରେ ରହିଥିବା ଜଣାପଡ଼ିଛି। ସେଠାରେ ମେଡିକାଲ ରିପ୍ରେଜେଣ୍ଟେଟିଭ୍ ଥିବା ନସରୁଲ୍ଲାଙ୍କ ସହିତ ସାତ ଜନମର ସାଥୀ ହେବା ପାଇଁ ଅଞ୍ଜୁ ନିଷ୍ପତ୍ତି ନେଇସାରିଛନ୍ତି।
ଅଞ୍ଜୁ ବିବାହିତା। ସେ ତାଙ୍କ ସ୍ବାମୀ ଅରବିନ୍ଦଙ୍କୁ କହିଥିଲେ ଯେ କୌଣସି ବନ୍ଧୁଙ୍କୁ ଭେଟିବା ପାଇଁ ଜୟପୁର ଯାଉଛନ୍ତି। ପରେ ଅରବିନ୍ଦ ଜାଣିପାରିଥିଲେ ଯେ ତାଙ୍କ ପତ୍ନୀ ସୀମା ଅତିକ୍ରମ କରି ପାକିସ୍ତାନୀ ପ୍ରେମିକଙ୍କ ପାଖକୁ ପଳାଇଛନ୍ତି।

ଅଞ୍ଜୁଙ୍କ ପାକିସ୍ତାନ ଯାତ୍ରା ପାଇଁ ମେ ୪ରେ ପାକିସ୍ତାନ ଦ୍ବାରା ଭିସା ଜାରି ହୋଇଥିଲା। ଏହି ଭିସାର ଅବଧି ୯୦ ଦିନ ରହିଛି ଏବଂ ସେ ୱାଘା ବର୍ଡର ଦେଇ ପାକିସ୍ତାନରେ ପ୍ରବେଶ କରିଛନ୍ତି।
ସେପଟେ ସୀମା ହାଇଦରଙ୍କ ପବ୍ଜି, ପାକିସ୍ତାନ ଓ ସୀମାପାର୍ ପ୍ରେମ କାହାଣୀ ଏବେ ରୋଚକ ମୋଡ଼ । ସୀମା ହାଇଦର ପ୍ରେମିକା ନା ପାକିସ୍ତାନୀ ଏଜେଣ୍ଟ ? ତାହା ଏବେ ସବୁଠୁ ବଡ ପ୍ରଶ୍ନ । କଣ ସତରେ ପ୍ରେମ ପାଇଁ ସାତ ଦରିଆ ପାର ହୋଇ ଆସିଛନ୍ତି ସୀମା ନା ଆଉ କିଛି ତାହା ଏବେ ବଡ ପ୍ରଶ୍ନ ?












Click it and Unblock the Notifications